
ଟିଟିଲାଗଡ,୧୮/୭(ଜେଏନ୍ଏସ), ଭାରତ ବିକାଶ ପରିଷଦ ଟିଟିଲାଗଡ ଶାଖା ପକ୍ଷରୁ ଦିଗଶିରା ବୀଣା ପାଣି ହାଇସ୍କୁଲ ଠାରେ ପର୍ଯ୍ୟାବରଣ ସୁରକ୍ଷା ସଚେତନା ସଭା ଅନୁଷ୍ଠିତ ହୋଇଯାଇଛି।ଶାଖା ସଭାପତି ଉମେଶ ଚନ୍ଦ୍ର ଦାଶ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପ୍ରାକ୍ତନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ନାଗ ମୁଖ୍ୟଅତିଥି,ପ୍ରାକ୍ତନ ଅଧ୍ୟକ୍ଷ ଡ଼ ଛାୟାକାନ୍ତ ଷଡ଼ଙ୍ଗୀ,ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁ,ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସଚେତନ କରିବାସହ ବୃକ୍ଷରୋପଣ ର ଆବଶ୍ୟକତା ସମ୍ବନ୍ଧରେ ବୈଜ୍ଞାନିକ ବିଶ୍ଳେଷଣ କରିଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲୀପ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।କାର୍ଯ୍ୟକ୍ରମରେ ଶାଖା ସମ୍ପାଦକ କିଶୋର ମହାପାତ୍ର,ଗୋବର୍ଦ୍ଧନ ସାହୁ,ବିପନ ରାଉତ,ଆର୍ତ୍ତତ୍ରାଣ ପଣ୍ଡା,ଧନଞ୍ଜୟ ବେହେରା,ସ୍ନିଗ୍ଧା ଷଡ଼ଙ୍ଗୀ,ବିଜୟା ବେହେରା,ନିରୁପମା ସ୍ୱାଇଁ ,ମମତା ପଣ୍ଡା,ଲଳିତା ମହାପାତ୍ର,ମମତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା।

