ଭାରତ ବିକାଶ ପରିଷଦ ର ପ୍ରତିଷ୍ଠା ଦିବସ ପାଳିତ

ଟିଟିଲାଗଡ,୧୨/୭(ଜେଏନଏସ),ଭାରତ ବିକାଶ ପରିଷଦ ଟିଟିଲାଗଡ ଶାଖା ପକ୍ଷରୁ ଅନୁଷ୍ଠାନ ର ପ୍ରତିଷ୍ଠା ଦିବସ ସ୍ଥାନୀୟ ପର୍ଶୁରାମ ଭବନ ପରିସରରେ ପାଳିତ ହୋଇଯାଇଛି।ଟିଟିଲାଗଡ ଶାଖା ସମ୍ପାଦକ କିଶୋର ମହାପାତ୍ର ଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଟିଟିଲାଗଡ ତହସିଲଦାର ଶଙ୍କର ବାଗ ମୁଖ୍ୟଅତିଥି,ବିଶିଷ୍ଟ ଶିକ୍ଷାବିତ ଡ.ଛୟାକାନ୍ତ ଷଡ଼ଙ୍ଗୀ ମୁଖ୍ୟବକ୍ତା,ଅନୁଷ୍ଠାନର ଶାଖା ସଭାପତି ଉମେଶ ଚନ୍ଦ୍ର ଦାଶ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି ଦିବସ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। କୋଷାଧ୍ୟକ୍ଷ ଧନଞ୍ଜୟ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସେବାପ୍ରମୁଖ ଅଖିଳ ପଣ୍ଡା ସମ୍ପାଦନା କରିଥିଲେ।ପରିଷଦ ର ମୂଳ ମନ୍ତ୍ର ତଥା ସମ୍ପର୍କ,ସହଯୋଗ,ସଂସ୍କାର,ସେବା ଓ ସମର୍ପଣ ଏକ ଆଦର୍ଶ ସମାଜ ଗଠନ ର ଭିତ୍ତିଭୂମି ବୋଲି ମୁଖ୍ୟ ଅତିଥି ଶ୍ରୀ ବାଗ ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଡ ଘନଶ୍ୟାମ ଜୈନ,ଈଶ୍ୱର ଜୈନ,ଜଗନ୍ନାଥ ପଣ୍ଡା,ଗୀତାଞ୍ଜଳି ଭୋଇ,ସ୍ନିଗ୍ଧା ଷଡ଼ଙ୍ଗୀ,ମମତା ପଣ୍ଡା ପ୍ରମୁଖ ଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ।ସଭା ଶେଷରେ ସଂସ୍କାର ସଚିବ ଆର୍ତ୍ତତ୍ରାଣ ପଣ୍ଡା ଧାନ୍ୟବଡ ଅର୍ପଣ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles