
ଟିଟିଲାଗଡ,୧୮/୭(ଜେଏନ୍ଏସ),ଆଞ୍ଚଳିକ ସମୃଦ୍ଧି ସାଧନ ଅନୁଷ୍ଠାନ(ଆଶା) ପକ୍ଷରୁ ମହିଳା ସଶକ୍ତିକରଣ ପାଇଁ ଝୋଟ ପ୍ରସ୍ତୁତି ଉପରେ ୩୦ ଦିନିଆ ତାଲିମ ଶିବିର ଉଦଘାଟିତ ହୋଇଯାଇଛି।କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସହଯୋଗରେ ଆୟୋଜିତ ଏହି ଶିବିର ର ଉଦଘାଟନୀ ଉତ୍ସବରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ୍ଦ୍ର ସିଂହ ବରିହା ମୁଖ୍ୟଅତିଥି,ଆଶା ସମ୍ପାଦକ ସଞ୍ଜୀବ ପଟ୍ଟନାୟକ,ଜାଡେନ ଅଧ୍ୟକ୍ଷା ମଧୁମିତା ପଟ୍ଟନାୟକ,ବ୍ଲକ୍ କୃଷି ଅଧିକାରୀ ଭକ୍ତ ଚରଣ ଛତ୍ରିଆ,ସହାୟକ କୃଷି ଅଧିକାରୀ ହିତିକ ବରଣ ରାୟ,ଯୋଜନା ପ୍ରଣୟନ ଅଧିକାରୀ ଜ୍ୟୋସ୍ନାମୟୀ ଛୁରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଝୋଟ ଚାଷ,ମୂଲ୍ୟ ସଂଯୋଜନ ଓ ବଜାରୀକରଣ ମାଧ୍ୟମରେ ମହିଳା ମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ନେଇ ଆଲୋକପାତ କରିଥିଲେ।ଏହି ଶିବିରରେ ଝୋଟ ବ୍ୟାଗ ଓ ଅନ୍ୟାନ୍ୟ ଉପଯୋଗୀ ସାମଗ୍ରୀ ପ୍ରସ୍ତୁତି ସମ୍ବନ୍ଧରେ ମହିଳା ଙ୍କୁ ପ୍ରଶିକ୍ଷିତ କରାଯିବା ନେଇ ପ୍ରଶିକ୍ଷିକା ଭାରତୀ ମହାନ୍ତି ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା ଅଂଶଗ୍ରହଣ କରିଥିଲେ।ସଭା ଶେଷରେ ଆଶା କର୍ମଚାରୀ ବିନୟ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

