
ଟିଟିଲାଗଡ,୮/୫(ଜେଏନଏସ),ଟିଟିଲାଗଡ ବରିଷ୍ଠ ନାଗରିକ ସଂଘ ର ସାଧାରଣ ବୈଠକ ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ସଂଘର ସମସ୍ତ ସଦସ୍ୟ ଯୋଗଦେଇ ସଂଘର ବିଭିନ୍ନ କାର୍ଯ୍ୟକଳାପ,ସାମାଜିକ ସେବା ଓ ବରିଷ୍ଠ ନାଗରିକ ଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ନିର୍ମାଣଧୀନ ସଂଘ କାର୍ଯ୍ୟାଳୟ ର କୋଠା କୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରାଯିବାକୁ ସାମୁହିକ ମତ ପ୍ରକାଶ ପାଇଥିଲା।ଏହି ଅବସର ରେ ସଂଘର ନୂତନ ସଭାପତି ଭାବରେ ରତ୍ନାକର ସାହୁ ଏବଂ ସମ୍ପାଦକ ଭାବରେ ଈଶ୍ୱର ଚନ୍ଦ୍ର ଜୈନ ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା।କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅରବିନ୍ଦ ମେହେତୋ, ଡ଼ ଘନଶ୍ୟାମ ଜୈନ,ଜଗନ୍ନାଥ ପଣ୍ଡା,ସେବକ ଦାସ, ରାଜୀବ ଲୋଚନ ପାଢ଼ୀ,ମୋହନ ନାୟକ ଆଡଯୁଆଡ଼,ଲକ୍ଷ୍ମୀକାନ୍ତ ମହାପାତ୍ର,ଚକ୍ରପାଣି ରଥ ପ୍ରମୁଖ ଉପସ୍ଥିତ ଥିଲେ।ବରିଷ୍ଠ ସଭ୍ୟ ଶିବ ପ୍ରସାଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

