
ଟିଟିଲାଗଡ,୧/୬(ଜେଏନଏସ), ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ବିବିନା ଗ୍ରାମରେ ଥିବା ଶିବା ଏଗ୍ରୋ ରାଇସ ମିଲ ରେ ଦୁର୍ଘଟଣା ଘଟି ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ ଏହି ମିଲ ରେ ଶ୍ରମିକ ଭାବରେ ନିୟୋଜିତ ଥିବା କୁଲିଆ ବାହାଲ ଗ୍ରାମର କୁଶ ବାଗ ଧାନ ସିଝାଇବା ପ୍ରକ୍ରିୟା ସମୟରେ ବଏଲ୍ ମେସିନ୍ ନିକଟରେ ଖସି ପଡ଼ିଥିଲେ।ଦୁର୍ଘଟଣା ପରେ ମିଲ ରେ ଉପସ୍ଥିତ ସହକର୍ମୀ ଓ ମିଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ସଇଁତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନେଇଥିଲେ। ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।ତେବେ ଏହି ଦୁର୍ଘଟଣା କୁ ନେଇ ସ୍ଥାନୀୟ ପୁଲିସ ଅବଗତ ନ ଥିବାବେଳେ ଘଟଣା କୁ ଚପାଇ ଦେବା କୁ ଉଦ୍ୟମ ଆରମ୍ଭ ହୋଇଥିବା ଅଭିଯୋଗ ହୋଇଛି।ଅପରପକ୍ଷରେ ମିଲ ପରିସରରେ ଶ୍ରମିକ ଙ୍କ ସୁରକ୍ଷା ବ୍ୟବସ୍ଥା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

