
ଟିଟିଲାଗଡ,୧/୬(ଜେଏନଏସ),ଟିଟିଲାଗଡ ସହର ଆନ୍ତଃ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ କାରବାର ର ପେଣ୍ଠ ସ୍ଥଳି ପାଲଟିଥିବା ଦେଖିବାକୁ ମିଳିଛି।ଭୌଗଳିକ ଦୃଷ୍ଟି କୋଣରୁ ଟିଟିଲାଗଡ ସହର ର ଉଭୟ ରେଳପଥ ଓ ସଡ଼କ ପଥ ସହ ଆନ୍ତଃ ରାଜ୍ୟ ସଂଯୋଗ ଉତ୍ତମ ଥିବା ଯୋଗୁଁ ଏହା ଗଞ୍ଜେଇ ମାଫିଆ ଙ୍କୁ ବେଶ୍ ସୁହାଇଛି।ନିୟମିତ ଅନ୍ତରାଳେ ଟିଟିଲାଗଡ ଜଙ୍କସନ୍ ରୁ ବିପୁଳ ପରିମାଣ ରେ ଗଞ୍ଜେଇ ଜବତ ହେବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି।ସୋମବାର ଟିଟିଲାଗଡ ରେଳ ଷ୍ଟେସନ ରେ ଜୁନାଗଡ଼ – ରାୟପୁର ପସେଞ୍ଜର ଟ୍ରେନ ମଧ୍ୟରୁ ୨ ଟି ଫଳ ପେଟି ରୁ ୧୭ କେଜି ୭୦୦ ଗ୍ରାମ ଗଞ୍ଜେଇ ରେଳବାଇ ପୁଲିସ ଜବତ କରିବା ସହ ଘଟଣାରେ ସଂପୃକ୍ତ ଅଭିଯୁକ୍ତ କୁ ଗିରଫ କରିଛି।ସୂଚନା ଅନୁଯାୟୀ ମୁନିଗୁଡା ଓ ନର୍ଲା ଅଞ୍ଚଳରେ ଚୁଡ଼ି ବ୍ୟବସାୟ କରୁଥିବା ଉତ୍ତରପ୍ରଦେଶ ର ଗୌତମ ସିଂ ଏହି ଅଭିନବ ଉପାୟରେ ନର୍ଲା ରୁ ରାୟପୁର କୁ ଟ୍ରେନ୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ।ଘଟଣା କୁ ନେଇ ରେଳବାଇ ପୁଲିସ ଏକ ମାମଲା ରୁଜୁ ସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି।

