
ଟିଟିଲାଗଡ,୩/୬(ଜେଏନଏସ), ରାଜ୍ୟ ସରକାର ଙ୍କ ରାଜସ୍ୱ ର ପ୍ରମୁଖ ଉସ୍ଵ ହେଉଛି ମଦ।ରାଜ୍ୟରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଲାଇସେନ୍ସ ପାଇଁ ଆବେଦନ ପ୍ରକ୍ରିୟାରେ ସରକାର କୋଟିକୋଟି ଟଙ୍କା ରାଜସ୍ୱ ପାଇଥିବା ବେଳେ ମଙ୍ଗଳବାର ବଲାଙ୍ଗୀର ଜିଲ୍ଲା ପାଇଁ ହୋଇଥିବା ଆବେଦନ ରୁ ହିଁ ୧୫ କୋଟି ରୁ ଉର୍ଦ୍ଧ ରାଜସ୍ୱ ମିଳିଛି।ବଲାଙ୍ଗୀର ଜିଲ୍ଲାରେ ୨୧ ଟି ଠିପି ବନ୍ଦ ମଦ ଦୋକାନ ପାଇଁ ୫୩୨ ଟି ଆବେଦନ ହୋଇଥିବା ବେଳେ କେବଳ ଟିଟିଲାଗଡ ସହର ମଧ୍ୟରେ ଥିବା ମଦ ଦୋକାନ(୦୬/୨୦୧୯/୦୦୭୧) ପାଇଁ ସର୍ବାଧିକ ୮୪ ଜଣ ଆବେଦନ କରିଥିବା ଜଣାପଡ଼ିଛି।ଟିଟିଲାଗଡ ସହରର ପ୍ରତିଷ୍ଠିତ ମଦ ବ୍ୟବସାୟୀ ଅଧିକ ଚାହିଦା ଥିବା ଏହି ଦୋକାନ ପାଇଁ ନିଜ କର୍ମଚାରୀ ତଥା ଆତ୍ମୀୟ ଙ୍କ ନାମରେ ୭୦ ଟି ଆବେଦନ ଦାଖଲ କରିଥିବା ବେଳେ ଲଟେରୀ ପ୍ରକ୍ରିୟା ରେ ଏହା ଶୈଳେନ୍ଦ୍ର ସକ୍ସେନା ନାମକ ବ୍ୟବସାୟୀ ଙ୍କୁ ମିଳିଛି।ତେବେ ମଦ ଦୋକାନ ରୁ ବିପୁଳ ରାଜସ୍ୱ ସଂଗ୍ରହ ହୋଇ ସରକାର ଙ୍କୁ ବଡ ଲାଭ ହୋଇଥିବା ଦେଖିବାକୁ ମିଳିଛି।

