
ଟିଟିଲାଗଡ,୨୬/୭(ଜେଏନଏସ), ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ରବିବାର ଟିଟିଲାଗଡ ଗସ୍ତରେ ଆସି ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ସ୍ଥାନୀୟ ବିଧାୟକ ନବୀନ ଜୈନ ଙ୍କ ସହ ସ୍ଥାନୀୟ ଶୁଭ ମଙ୍ଗଳ ପେଲେସ ଠାରେ ଆୟୋଜିତ ପ୍ରଧାନମନ୍ତ୍ରୀ ଙ୍କ ୧୩୬ ତମ ମନ କି ବାତ କାର୍ଯ୍ୟକ୍ରମ ସାମୂହିକ ଭାବେ ଶ୍ରବଣ କରିଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରର ସ୍ଥାନୀୟ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଗିଲ ବିଜୟ ଦିବସ ଅବସରରେ ଉପସ୍ଥିତ ନେତୃବୃନ୍ଦ ବୀର ସହିଦ ଯବାନ ମାନଙ୍କ ଅମର ବଳିଦାନ କୁ ସ୍ମରଣ କରିଥିଲେ।ପରେ ସହରର ପୁରୁଣା ବ୍ୟାଙ୍କ ଛକ ଠାରେ ସ୍ଥାପିତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଜୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଏହାପରେ ସହରର ୱାର୍ଡ ନଂ ୧୫ ଠାରେ ବିଜେପି ନଗର ମଣ୍ଡଳ କାର୍ଯ୍ୟାଳୟ ଉଦଘାଟନ କରାଯାଇଥିଲା।ନଗର ସଭାପତି ସୁନିଲ ଆଚାର୍ଯ୍ୟ ଙ୍କ ଦ୍ଵାରା ଆୟୋଜିତ ବୁଥ ସ୍ତରୀୟ ବୈଠକ ରେ ଯୋଗଦେଇ ଶ୍ରୀ ସାମଲ ଓ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଦଳର ସାଙ୍ଗଠନିକ ସୁଦୃଢ଼ି କରଣ ଉପରେ ଗୁରୁତ୍ୱାରୋପ କରିଥିଲେ।ସରକାର ଙ୍କ ଜନକଲ୍ୟାଣ ମୂଳକ ଯୋଜନା ଜନ ସାଧାରଣ ଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ ନେତା ଓ କର୍ମୀ ଙ୍କୁ ଆହ୍ୱାନ ଦେଇଥିଲେ ।ଏହି ଅବସରରେ ସହର ମଧ୍ୟରେ ଥିବା ଡାକ୍ତରଖାନା କୁ ସହରାଞ୍ଚଳ ଡାକ୍ତରଖାନା କରାଯିବାକୁ ବରିଷ୍ଟ ନାଗରିକ ମଞ୍ଚ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ।ସେହିପରି କୁମୁଡା ପାହାଡ ର ବିକାଶ ପାଇଁ କୁମୁଡ଼ା ପାହାଡ ସୁରକ୍ଷା ସମିତି ପକ୍ଷରୁ ଶ୍ରୀ ସାମଲ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।ଉଭୟ ଙ୍କ ଗସ୍ତ କୁ ନେଇ ସହର ଚଳଚଞ୍ଚଳ ହୋଇଉଠିଥିବା ବେଳେ କର୍ମୀ ଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା ।କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ,ରାଜ୍ୟ ଉପସଭାପତି ଶିବାଜୀ ମହାନ୍ତି,ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ,ସାଂସଦ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ,ପୂର୍ବତନ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଠାକୁର,ରଞ୍ଜୁ ରାୟମନପ୍ରମୁଖ ଙ୍କ ସହ ବହୁ ସ୍ଥାନୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

