
ଟିଟିଲାଗଡ,୨୮/୭(ଜେଏନ୍ଏସ), ବଲାଙ୍ଗୀର ଜିଲ୍ଲା ସଂଚୟ ଓ ଆର୍ଥିକ ସେବା ବିଭାଗ ପକ୍ଷରୁ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମନି ଗାଁ ପଞ୍ଚାୟତ ଠାରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଶିବିର ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ବିଭାଗୀୟ ସହକାରୀ ନିର୍ଦ୍ଦେଶକ ରଞ୍ଜିତା ପଟ୍ଟା ମୁଖ୍ୟଅତିଥି, ଏସପି ଗିରିଧାରୀ ଧମୁଡ଼ିଆ, ବ୍ୟବସାୟୀକ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାଧୀନ ପଣ୍ଡା,ସ୍ଥାନୀୟ ସରପଞ୍ଚ ମାଦ୍ରି ଖରସେଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସରକାର ଙ୍କ ବିଭିନ୍ନ ଆର୍ଥିକ ଯୋଜନା ସମ୍ପର୍କରେ ସଚେତନ କରିଥିଲେ ।ଡାକ ବିଭାଗର ସଂଚୟ ଖାତା,ସୁକନ୍ୟା ସମୃଦ୍ଧି ଯୋଜନା, ପିପିଏଫ, ଏମଆଇଏସ,ବରିଷ୍ଠ ନାଗରିକ ସଂଚୟ ଯୋଜନା ସହ ଅନ୍ୟାନ୍ୟ ଉପଲବ୍ଧ ସେବା ସମ୍ପର୍କରେ ରେ ଅତିଥିବୃନ୍ଦ ଉପସ୍ଥିତ ଲୋକ ଙ୍କୁ ସଚେତନ କରିଥିଲେ।ଗ୍ରାମାଞ୍ଚଳରେ ଆର୍ଥିକ ସାକ୍ଷରତା ବୃଦ୍ଧି ସହ ଆର୍ଥିକ ଭାବରେ ସ୍ୱାବଲମ୍ବୀ ହେବାକୁ ସଚେତନ ପାଇଁ ଏହି ଶିବିର ଉଦ୍ଦିଷ୍ଟ ଥିବା ଅତିଥି ମାନେ ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ ବରିଷ୍ଠ ଅଭିକର୍ତ୍ତା ଧ୍ରୁବ ଚରଣ ସାହୁ,ହଳପାଣି ସାହୁ,ଉତ୍ତମ ଦେ,ସଦାନନ୍ଦ ରାଉତ,ଶଙ୍କର ସାହୁ,ସୁଜିତ ମିଶ୍ର,ଦେବସାଗର ଦୀପ, ମନିଷ ମହାପାତ୍ର,ଡାକ ବିଭାଗ କର୍ମଚାରୀ ସ୍ୱାଗତ ପଟ୍ଟନାୟକ, ଜି ହିନ୍ଦୁ,ଦେବସ୍ମିତା ପୃଷ୍ଟି ପ୍ରମୁଖ ଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

