
ଟିଟିଲାଗଡ,୨୭/୭(ଜେଏନ୍ଏସ), ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ସିକିର – ଟିଟଲାଗଡ ରେଳ ଷ୍ଟେସନ ମଧ୍ୟରେ ସୋମବାର ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ଲାଇନ ଚ୍ୟୁତ ହୋଇଛି।ସୂଚନା ଅନୁଯାୟୀ ଟ୍ରେନ ଟି ଟିଟିଲାଗଡ ଦେଇ ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ ଦିନ ୧୧ ଘଣ୍ଟା ୨୩ ମିନିଟ ରେ ଖଜୁରୀପଡ଼ା ଫାଟକ ନିକଟରେ ଇଞ୍ଜିନ ଠାରୁ ୧୪ ତମ ବଗି ଲାଇନଚ୍ୟୁତ ହୋଇଯାଇଥିଲା।ଘଟଣା ର ସୂଚନା ପାଇ କଣ୍ଟାବାଞ୍ଜି ରୁ ଦୁର୍ଘଟଣା ଉଦ୍ଧାରକାରୀ ଟ୍ରେନ ଆସି ରେଳ ଲାଇନ ମରାମତି କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।ତେବେ ଘଟଣା କୁ ନେଇ କୌଣସି ଜୀବନ ହାନି ହୋଇ ନ ଥିବା ଏବଂ ଯାତ୍ରୀବାହୀ ଟ୍ରେନ ଚଳାଚଳ ରେ କୌଣସି ବାଧା ସୃଷ୍ଟି ହୋଇ ନ ଥିବା ନେଇ ରେଳବାଇ ପକ୍ଷରୁ ସୂଚନା ଅଧିକାରୀ ତ୍ରିବିକ୍ରମ ସେଠ ସୂଚନା ଦେଇଛନ୍ତି।

