
ଟିଟିଲାଗଡ,୨୯/୮(ଜେଏନ୍ଏସ), ଟିଟିଲାଗଡ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।ସଭାପତି ଜ୍ୟୋତି ପ୍ରକାଶ ଗଡତିଆ ଙ୍କ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟକ ଜଗଦାନନ୍ଦ ଛୁରିଆ ମୁଖ୍ୟଅତିଥି,ବଲାଙ୍ଗୀର ଡିଗ୍ରୀ କଲେଜ ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଡ ଶ୍ରୀକାନ୍ତ ବାରିକ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଓଡ଼ିଆ ସାହିତ୍ୟ ଜଗତ ପ୍ରତି କବି ଗଙ୍ଗାଧର ଙ୍କ ଅବଦାନ କୁ ସୃତିଚରଣ କରିଥିଲେ।ଅନୁଷ୍ଠାନର ସଦସ୍ୟା ଦୀପାଳି ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ।ଏହିଅବସରରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ତଥା ସାହିତ୍ୟ ସାଧକ ଅଭିନ୍ନ କିଶୋର ରଥ ଙ୍କ ପାଞ୍ଚୋଟି ପୁସ୍ତକ, ସେବକ ଚରଣ ଦାସ ଓ ଜ୍ୟୋତି ପ୍ରକାଶ ଗଡତ୍ୟା ଙ୍କ ଗୋଟିଏ ଲେଖାଏଁ ପୁସ୍ତକ ଉନ୍ମୋଚିତ କରାଯାଇଥିଲା।ସେହିପରି ଅନୁଷ୍ଠାନର ବରିଷ୍ଟ ସଦସ୍ୟ ଭକ୍ତ ପ୍ରସାଦ ପାଢ଼ୀ ଙ୍କୁ ୮୦ ବର୍ଷ ପୂର୍ତ୍ତି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପାଦକ ପ୍ରମୋଦ ପାଲ,ନିହାରିକା ପାତ୍ର, ଯୁଗଳ ଷଡ଼ଙ୍ଗୀ, ଡ ଛାୟାକାନ୍ତ ଷଡ଼ଙ୍ଗୀ,ଅଞ୍ଜଳି ପରମଗୁରୁ,ଚିନ୍ତାମଣି ମହାପାତ୍ର,ବନମାଳୀ ଦାସ ପ୍ରମୁଖ ସହଯୋଗ କରିଥିଲେ।ସଦସ୍ୟା ସଂଯୁକ୍ତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

