
ଟିଟିଲାଗଡ଼,୨୦/୮(ଜେଏନ୍ଏସ),ଟିଟିଲାଗଡ ପୁଲିସ ଗୁରୁବାର ଏକ ଚୋରି ଘଟଣାରେ ସମ୍ପୃକ୍ତ ୫ଜଣ ଅଭିଯୁକ୍ତ ଙ୍କୁ ଗିରଫ ସହ ଚୋରି ସାମଗ୍ରୀ ଉଦ୍ଧାର କରିଛି।ଏଥିସହ ଘଟଣାରେ ବ୍ୟବହୃତ ଏକ କାର କୁ ମଧ୍ୟ ଜବତ କରିଛି।ସୂଚନା ଅନୁଯାୟୀ ଟିଟିଲାଗଡ ସହରର ଜଣେ ରେଳବାଇ ଠିକାଦାର ଙ୍କ କ୍ୟାମ୍ପ ରୁ ଲୁହା ସାମଗ୍ରୀ ଚୋରି ହୋଇଥିବା ନେଇ ସେ ସୋମବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରି ମାମଲାରେ ସମ୍ପୃକ୍ତ ଟିଟିଲାଗଡ ଥାନା ଅନ୍ତର୍ଗତ ପିପଲପଦର ଗ୍ରାମର ଭକ୍ତି ଦାସ, ଦୀପକ ଛୁରା, ଧନୀ ଛୁରା,ସୁବାଷ ବିଶି, ମୁନସୀ ଯାନୀ ଓ ବିନିକା ଥାନା ଅନ୍ତର୍ଗତ ସର୍ଗନା ଗ୍ରାମର ପିଣ୍ଟୁ କୁଅଁର ଅଭିଯୁକ୍ତ ଙ୍କୁ ଗିରଫ କରିଛି। ସମ୍ପୃକ୍ତ ଅଭିଯୁକ୍ତ ମାନେ ଚୋରି ସାମଗ୍ରୀ କୁ ମଦଭାଟିପଡା ଠାରେ ଥିବା ଏକ କବାଡି ଦୋକାନ କୁ ବିକ୍ରି କରିବା ପାଇଁ ନେଉଥିବାବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା।ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି।

