
ଟିଟିଲାଗଡ଼, ୮/୮:(ଜେଏନଏସ), ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶନିବାର ଦକ୍ଷିଣ-ପଶ୍ଚିମ ସମ୍ଭାଗ ସ୍ତରୀୟ ସଙ୍ଗୀତ କେନ୍ଦ୍ର ଉଦଘାଟିତ ହୋଇଯାଇଛି।ଗୁରୁଜୀ ସୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଓଡ଼ିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ପଙ୍କଜ ଜାଲ ମୁଖ୍ୟଅତିଥି,ପ୍ରାନ୍ତ ସଙ୍ଗୀତ ସଂଯୋଜକ ଜିତେନ୍ଦ୍ର ପଣ୍ଡା, ବିଦ୍ୟାଳୟର ସଭାପତି ଜ୍ୟୋତି ପ୍ରକାଶ ଗଡ଼ତ୍ୟା,ପରିଚାଳନା ସମିତିର ସମ୍ପାଦକ ଡମ୍ବରୁଧର କର୍ମୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସଙ୍ଗୀତ ଶିକ୍ଷାର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ଜାଲ ସଙ୍ଗୀତ ଶିଶୁମାନଙ୍କ ପ୍ରତିଭା ବିକାଶ ସହ ସେମାନଙ୍କ ଜୀବନକୁ ଶୃଙ୍ଖଳିତ ଓ ସୃଜନଶୀଳ କରିବାରେ ସହାୟକ ହୋଇଥାଏ ବୋଲି ମତପ୍ରକାଶ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ରଞ୍ଜିତା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସହ, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

