
ଟିଟିଲାଗଡ,୧୫/୮(ଜେଏନ୍ଏସ),ଦେଶ ସ୍ୱାଧୀନତା ର ୮୦ ବର୍ଷ ପାଳନ ଅବସରରେ ଟିଟିଲାଗଡ ଲାୟନ୍ସ କ୍ଲବ ପକ୍ଷରୁ ସ୍ଥାନୀୟ ଗୋବିନ୍ଦ ବାଟିକା ପରିସରରେ” ଏକ ସାମ୍ ଦେଶ କେ ନାମ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଟିଟିଲାଗଡ ଶାଖା ସଭାପତି ମନିଷ ଗୁପ୍ତା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି, ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ,ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ, ଡିଷ୍ଟ୍ରିକ ଗଭର୍ନର ଚରଣଜିତ କୌର ହୋରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଦେଶ ମାତୃକା ପାଇଁ ସହିଦ ହୋଇଥିବା ବୀର ଯବାନ ଙ୍କ ଶୃତି ଚାରଣ କରିଥିଲେ।ଏହି ଅବସରରେ ଦେଶ ପାଇଁ କାମ କରିଥିବା ୧୬ ଜଣ ପ୍ରାକ୍ତନ ସୈନିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟ ରେ ଦେଶଭକ୍ତି ଗୀତ ଓ ନୃତ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଆବାସ ଖାନ୍,ଶୈଳେଶ ଗୋୟଲ୍,ଶମ୍ଭୁ ଗୋୟଲ୍,ଯମୁନା ପ୍ରସାଦ ଗୋୟଲ୍,ଦୀପକ ସାହୁ,ବିନ୍ଦୁ ସାହୁ,ଈଶ୍ୱର ଜୈନ, ଦୀପକ ପୃଷ୍ଟି, ଅଜିତ ପାତ୍ର, ବଣ୍ଟି ଜୈନ,ଅସୀମ କୁଣ୍ଡୁ ପ୍ରମୁଖ ଙ୍କ ସହ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ।

