ଡିଏଭି କଲେଜ ରେ ସି ଏଫ୍ ଆଇ ସଚେତନା ଅଧିବେଶନ

ଟିଟିଲାଗଡ,୮/୮(ଜେଏନ୍ଏସ), ଟିଟିଲାଗଡ ଡିଏଭି କଲେଜ ଠାରେ ଶନିବାର ସିଏଫ୍ଆଇ ସଚେତନା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସରକାର ଙ୍କ ସହ ଅନୁବନ୍ଧିତ ଜାତୀୟ କମ୍ପାନୀ ଫିନଟେକ ଓ ଇନ୍ସୁରଟେକ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଭାଗୀୟ ମୁଖ୍ୟ କେନ୍ଦ୍ର ଅଧିକାରୀ ଭିନ୍ସେଣ୍ଟ ଲିଉ ମୁଖ୍ୟଅତିଥି,ବରିଷ୍ଠ ନିର୍ଦ୍ଦେଶକ ପ୍ରଜ୍ଞାନାନନ୍ଦ ନାୟକ,ବ୍ୟବସାୟୀକ ମୁଖ୍ୟ କେମନ ଅଭିଷେକ, ଅନିତା ପତି ପ୍ରମୁଖ ଯୋଗଦେଇ ଆର୍ଥିକ ଓ କର୍ପୋରେଟ ଫାଇନାନ୍ସ ବିଷୟରେ ଛାତ୍ର ଛାତ୍ରୀ ଙ୍କ ମାର୍ଗଦର୍ଶନ କରିଥିଲେ।ଅଧିବେଶନ ର ଉଦ୍ଦେଶ୍ୟ, ନିବନ୍ଧନ ପ୍ରକ୍ରିୟା ଓ ଛାତ୍ର ଛାତ୍ରୀ ଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ।ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ମୁଖ୍ୟ ଡ଼ ଶକ୍ତି ମୋହନ ତାଣ୍ଡି ଏବଂ ବାଣିଜ୍ୟ ବିଭାଗ ମୁଖ୍ୟ ଡ଼.ଦେବୀ କେ, ଅଧ୍ୟାପକ କୃଷ୍ଣଚନ୍ଦ୍ର ଶତପଥୀ,ଅରୁଣ ପ୍ରଧାନ,ସସ୍ମିତା ପାଣିଗ୍ରାହୀ ପ୍ରମୁଖ ଅଧିବେଶନ ରେ ସମନ୍ୱୟ କରିଥିଲେ।ଆୟୋଜିତ ଅଧିବେଶନ ଛାତ୍ର ଛାତ୍ରୀ ଙ୍କ ପାଇଁ ବେଶ୍ ଉପାଦେୟ ହୋଇଥିବା କଲେଜ ଅଧ୍ୟକ୍ଷ ଲିଙ୍ଗରାଜ ପାତ୍ର ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମ ରେ ଅର୍ଥନୀତି,ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ।

,

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles