ଟିଟିଲାଗଡ ଲୋକୋ ଇନ୍ସପେକ୍ଟର ଙ୍କ ଆତ୍ମହତ୍ୟା,କାରଣ ଅସ୍ପଷ୍ଟ

ଟିଟିଲାଗଡ,୨୬/୮(ଜେଏନଏସ), ଟିଟିଲାଗଡ ରେଳ ବିଭାଗ ରେ କାର୍ଯ୍ୟରତ ଲୋକୋ ଇନ୍ସପେକ୍ଟର ପ୍ରଭାତ କୁମାର ମଜୁମଦାର(୫୮) ବୁଧବାର ଅପରାହ୍ନ ରେ ନିଜ ଗାର୍ଲ୍ସ ହାଇସ୍କୁଲ ପଡ଼ା ସ୍ଥିତ ବାସଭବନରେ ଆତ୍ମ ହତ୍ୟା କରିଥିବା ନେଇ ସୂଚନା ମିଳିଛି।ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ତାଙ୍କ ସହକର୍ମୀ ମାନେ ତାଙ୍କୁ ତୁରନ୍ତ ସ୍ଥାନୀୟ ସରକାରୀ ଡାକ୍ତରଖାନା କୁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସ୍ୱର୍ଗତ ମଜୁମଦାର ଘରେ ଏକାକି ରହୁଥିବା ବେଳେ ତାଙ୍କ ସ୍ତ୍ରୀ ଓ ଝିଅ କଲିକତା ରେ ରହୁଥିବା ଜଣାପଡ଼ିଛି।ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ଥିବା ବେଳେ ଟିଟିଲାଗଡ ପୁଲିସ ଶବ ଜବତ କରିବା ସହ ସଂରକ୍ଷିତ ଗୃହ ରେ ରଖିଛି।ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟ ଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ନେଇ ପୁଲିସ ସୂଚନା ଦେଇଛି।ତେବେ ସ୍ୱର୍ଗତ ମଜୁମଦାର ଙ୍କ ଏଭଳି ଅପ୍ରତ୍ୟାଶିତ ଚରମ ପଦକ୍ଷେପ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles