
ଟିଟିଲାଗଡ,୧/୯(ଜେଏନ୍ଏସ),ଟିଟିଲାଗଡ ପୌର ପରିଷଦ ପକ୍ଷରୁ ୮୮ ତମ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ପୌରପରିଷଦ ପକ୍ଷରୁ ସହର ମଧ୍ୟରେ ପ୍ରାତଃ ରାମ ଧୁନ ପରିବେଷଣ କରାଯିବାସହ ସକାଳେ ମହାପୁରୁଷ ଙ୍କ ପ୍ରତିମୂ୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ସେହିପରି ସ୍ଥାନୀୟ ରାଜକନ୍ଵର ପାର୍କ ପରିସରରେ ପୌର ଅଧ୍ୟକ୍ଷା ମାମତାଦେବୀ ଜୈନ ପୌର କର୍ମଚାରୀ ଙ୍କ ଗହଣ ରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଆୟୋଜିତ ସାଧାରଣ ସଭାରେ ସ୍ୱାସ୍ଥ୍ୟ ପରିବାର ଓ କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ମୁଖ୍ୟଅତିଥି, ସ୍ଥାନୀୟ ବିଧାୟକ ନବୀନ ଜୈନ ବିଶିଷ୍ଟ ଅତିଥି, ପ୍ରାକ୍ତନ ଅଧ୍ୟକ୍ଷ ଡ଼ ଛୟାକାନ୍ତ ଷଡ଼ଙ୍ଗୀ ମୁଖ୍ୟବକ୍ତା, ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ,ପୂର୍ବତନ ନଗରପାଳ ଭବାନୀ ପ୍ରସାଦ ହୋତା,ସନ୍ତୋଷ ପ୍ରଧାନ,ଶୁଭ୍ରାଂଶୁ ଶେଖର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।ବ୍ୟଙ୍ଗକବି ଟିକେଲାଲ ବେହେରା ମଞ୍ଚ ପରିଚାଳନା କରିଥିଲେ।ଟିଟିଲାଗଡ ପୌରପରିଷଦ ର ବିକାଶ ପାଇଁ ରାଜ୍ୟସରକାର ସଦେୟ ଥିବା ମୁଖ୍ୟଅତିଥି ଶ୍ରୀ ମହାଲୀଙ୍ଗ ଉଲ୍ଲେଖ କରିଥିଲେ।ଏହିଅବସରରେ ସହରର ବିଭିନ୍ନ ପ୍ରତିଭା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ର ଦ୍ୱିତୀୟ ପର୍ଯ୍ୟାୟ ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

