ଟିଟିଲାଗଡରେ ନକ ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଟିଟିଲାଗଡ,୧/୯(ଜେଏନ୍ଏସ),ଟିଟିଲାଗଡ ଆଥଲେଟିକ୍ ଆସୋସିଏସନ ପକ୍ଷରୁ ଟିଟିଲାଗଡ ଷ୍ଟାଡିୟମ୍ ଠାରେ ୬ ଦିବସୀୟ ସିନିଅର ଡିଷ୍ଟିକ ନକ ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବରିଷ୍ଟ ଆଇନଜୀବୀ ରାଧାକାନ୍ତ ପାଢ଼ୀ ମୁଖ୍ୟଅତିଥି ଓ ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଶେଖର ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ ଉଦଘାଟିତ କରିବାସହ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ।ପ୍ରଥମ ଦିବସରେ ଖଜୁରପଡ଼ା ଫୁଟବଲ୍ କ୍ଲବ୍ ଓ ଟିଟିଲାଗଡ ବ୍ଲେସିଂ ଷ୍ଟାର୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ୧ ଗୋଲ ରେ ଖଜୁରପଡ଼ା ବିଜୟୀ ହୋଇଥିଲା। ଟୁର୍ଣ୍ଣାମେଣ୍ଟ ପରିଚାଳନାରେ କାର୍ଯ୍ୟକାରୀ ସମ୍ପାଦକ ଦୀପକ ସମାଜଦାର,ସାଂଗଠନିକ ସମ୍ପାଦକ ହରିଶ ରାୟଠାତା,କ୍ରିଡ଼ା ପ୍ରଶିକ୍ଷକ ଧବଳେଶ୍ୱର ଦଳବେହେରା,ରାମନାଥ ଖମାରୀ,ଲିଙ୍ଗରାଜ ସାହୁ,ତପନ ପ୍ରଧାନୀ,ରାଜେଶ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।ଦୀର୍ଘଦିନ ବ୍ୟବଧାନ ପରେ ଟିଟିଲାଗଡ ରେ ଫୁଟବଲ୍ ପ୍ରତିଯୋଗିତା ଆୟୋଜିତ ହୋଇଥିବାରୁ ଆୟୋଜକ ଙ୍କ ଉଦ୍ୟମ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବାବେଳେ ଖେଳାଳି ଓ ଦର୍ଶକ ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles