ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ସଚେତନା ସଭା

0
64

ଟିଟିଲାଗଡ଼,୩୦/୧୦,(ଜେଏନ୍ଏସ୍) ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ରେହାନ ଖେତ୍ରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଓ ପ୍ରତିନିଧି ଯୋଗଦେଇ ସଂକ୍ଷିପ୍ତ  ଭୋଟର ତାଲିକା ସଂଶୋଧନ ସମ୍ବନ୍ଧରେ ଅବଗତ ହୋଇଥିଲେ । ନୂତନ ଭୋଟରଙ୍କୁ ତାଲିକାରେ ସାମିଲ କରିବା ସହ ସମସ୍ତ ଶ୍ରେଣୀର ଯୋଗ୍ୟ ମତଦାତା କିପରି ତାଲିକାରୁ ବାଦ ପଡିବେ ନାହିଁ ସେ ନେଇ ପ୍ରାଥମିକତା ଦେଇ ସ୍ଵତନ୍ତ ଭାବେ ଦୃଷ୍ଟି ଦେବାକୁ ଶ୍ରୀ ଖତ୍ରୀ ଗୁରୁତ୍ଵ ଦେଇଥିଲେ । ଭୋଟର ତାଲିକାରେ ନୂତନ ଭାବେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଫର୍ମ-୬, ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା କିମ୍ବା ଅନ୍ତର୍ଭୁକ୍ତ ହୋଇଥିବା ନାମକୁ ବାଦ ଦେବା ପାଇଁ ଫର୍ମ-୭, ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ବିବରଣୀ  ସଂଶୋଧନ ନିମନ୍ତେ ଫର୍ମ-୮ ଆବେଦନ କରିପାରିବେ ବୋଲି ଉପଜିଲ୍ଲାପାଳ ଶ୍ରୀ ଖେତ୍ରି ସୂଚନା ପ୍ରଦାନ କରିଥିଲେ । ସେହିପରି ଭାବେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ-୬୯ ରେ ୩୦୯ ବୁଥ ରହିଥିବା ବେଳେ ଆଜିଯାଏ ଭୋଟରଙ୍କ ସଂଖ୍ୟା ସମୁଦାୟ ୨,୫୯,୧୯୨ଜଣ, ସେମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧,୩୧,୪୯୨ଜଣ  (୫୦.୭୩%), ମହିଳା ୧,୨୭,୬୦୫ଜଣ  (୪୯.୨୩%), ତୃତୀୟ ଲିଙ୍ଗୀ ୯୫ ଜଣ (୦.୦୪%), ବରିଷ୍ଠ ନାଗରିକ ୨,୨୫୫ ଜଣ (୦.୮୭%), ଯୁବ ମତଦାତା ୩,୬୪୭ ଜଣ (୦୧.୪୧%), ଭିନ୍ନକ୍ଷମ ୫,୩୮୪ ଜଣ (୦୨.୦୮%) ରହିଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। 

LEAVE A REPLY

Please enter your comment!
Please enter your name here