ଟିଟିଲାଗଡ଼ରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
66

ଟିଟିଲାଗଡ଼,୩୦/୧୦,(ଜେଏନ୍ଏସ୍) ଟିଟିଲାଗଡ଼ ଗୋପବନ୍ଧୁ ଉଦ୍ୟାନ ପରିସରରେ ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମକୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୦୬ ଜାନୁଆରୀ ୨୦୨୫ ରେ ପୂର୍ଣ୍ଣାଙ୍ଗ ଭୋଟର ତାଲିକା ପ୍ରକାଶିତ ହେବାକୁ ଥିବାବେଳେ ଏହି ପରିପ୍ରେକ୍ଷିରେ ଆୟୋଜିତ ସଚେତନା ସଭାରେ ଉପଜିଲ୍ଲାପାଳ ରେହାନ ଖତ୍ରୀ ମୁଖ୍ୟଅତିଥି, ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଛାୟାକାନ୍ତ ଷଡଙ୍ଗୀ ମୁଖ୍ୟବକ୍ତା, ଡେପୁଟି କଲେକ୍ଟର ହରେକୃଷ୍ଣ ମେହେର, ଗୁଡ଼ଭେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟକାନ୍ତ ବଙ୍ଗୁଲା, ସଇଁତଳା ତହସିଲଦାର ଆଶିଷ ଏକ୍କା, ବିଡ଼ିଓ ବିନୟ ଭୋଇ, ଅଧ୍ୟାପକ ରାଜେନ୍ଦ୍ର ନାରାୟଣ ସାହୁ, ଟିଟିଲାଗଡ ତହସିଲଦାର ଶୁଭାଶିଷ ଶତପଥୀ, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଗୁରୁବାରୁ ସିନ୍ଦୁରିଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ପୌରନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ଉମେଶ ଚନ୍ଦ୍ର ଦାସ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ସ୍ଥାନୀୟ ଡିଏଭି କଲେଜ ଠାରୁ ଏକ ସଚେତନା ଶୋଭାଯାତ୍ରା ଗୋପବନ୍ଧୁ ପାର୍କ ପଯ୍ୟନ୍ତ ଆସିଥିଲା । ଆୟୋଜିତ ବୈଠକରେ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ନୂତନ ଭୋଟର,ବି.ଏଲ୍.ଓ., ସହରର ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯୋଗାଣ ଅଧିକାରୀ ସଂକର୍ଷଣ ଭୁଏ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି, ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ପୌର ପରିଷଦର କର୍ମଚାରୀଙ୍କ ସହ ଗଣମାଧ୍ୟମ ପ୍ରତିନିଧି  ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here