ଭୀମ ପାହାଡ଼ ମହୋତ୍ସବର ଲୋଗୋ ଉନ୍ମୋଚିତ

0
65

ବଲାଙ୍ଗିର,୨୯/୧୦,(ଜେଏନ୍ଏସ୍) ବଲାଙ୍ଗିର ସାମ୍ବାଦିକ ଭବନ ପରିସରରେ ‘ଭୀମ ପାହାଡ଼ ମହୋତ୍ସବ କମିଟି’ ପକ୍ଷରୁ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇ ମହୋତ୍ସବ ସମ୍ବନ୍ଧୀୟ ସବିଶେଷ ସୂଚନା ପ୍ରଦାନ କରାଯିବା ସହ ମହୋତ୍ସବର ଲୋଗୋ ଉନ୍ମୋଚନ କରାଯାଇଛି । ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ ମୁଖ୍ୟ ଅତିଥି, ପୌରାଧ୍ୟକ୍ଷା ଲିକା ସାହୁ, ସଂସ୍କୃତି ଗବେଷକ ଡ.ଘାସିରାମ ମିଶ୍ର ଓ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମହୋତ୍ସବର ଲୋଗୋ ଉନ୍ମୋଚନ କରିଥିଲେ ।ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ନଭେମ୍ବର ୧ ରୁ ୫ତାରିଖ ପର୍ଯ୍ୟନ୍ତ ଭୀମ ପାହାଡ଼ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଇତିମଧ୍ୟରେ ଏହା ୧୦ମ ବର୍ଷରେ ପଦାର୍ପଣ କରିସାରିଥିବା ବେଳେ ଗଣମାଧ୍ୟମ ଯୋଗୁଁ  ଭୀମ ଡୁଙ୍ଗୁରୀର ଇତିହାସ ଲୋକଲୋଚନକୁ ଆସି ପାରିଥିବା କମିଟି ଅଧ୍ୟକ୍ଷ ଶ୍ରୀ ମେହେର ଉଲ୍ଲେଖ କରିଥିଲେ । ପାଞ୍ଚଦିନ ଧରି ଆୟୋଜିତ ହେବାକୁଥିବା ମହୋତ୍ସବରେ ନାମସଙ୍କୀର୍ତ୍ତନ ସହ ଗିରି ଗୋବର୍ଦ୍ଧନ ପୂଜା, କଂସ ଦରବାର ଓ ସାଂସ୍କୃତିକ ସଭା ଅନୁଷ୍ଠିତ ହେବାନେଇ ସୂଚନା ଦିଆଯାଇଛି । ଏଥିସହ କାର୍ଯ୍ୟକ୍ରମ ଅନ୍ତର୍ଗତ ନଭେମ୍ବର ୩ ତାରିଖରେ ଭୀମ ପାହାଡ଼ର ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ଶୀର୍ଷକ ନେଇ ଏକ ଆଲୋଚନାଚକ୍ର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାର, ସଂପାଦକ ଗୋବର୍ଦ୍ଧନ ସାହୁ, କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ, ମକୁନ୍ଦପୁର ସରପଞ୍ଚ ଜାନକି ସାହୁ, ଶୈଳେନ୍ଦ୍ର ସାହୁ, ମଧୁସୂଦନ ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ରୀନା ମେହେର, ନନ୍ଦିକିଶୋର ନାଏକ, ରାଜେଶ କୁମାର ନାଏକ, ଦୟା ମହାକୁର, ଜତନ ବାରିକ, ବାସୁଦେବ ସା ଓ ଥବିର କମ୍ପ ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here