ଜୀବନବୀମା ନିଗମ ଅଭିକର୍ତ୍ତା ସଂଘର ଏକ ଦିବସୀୟ ଧାରଣା

0
68

ଟିଟିଲାଗଡ଼,୨୯/୧୦,(ଜେଏନ୍ଏସ୍) ଭାରତୀୟ ଜୀବନବୀମା ନିଗମ ଅଭିକର୍ତ୍ତା ସଂଘ ‘ଲିଆଫୀ’ ପକ୍ଷରୁ ସୋମବାର   ଦେଶ ବ୍ୟାପି ଏକଦିବସୀୟ ଧାରଣା ପ୍ରଦର୍ଶନ କରାଯାଇଛି ।ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ କରାଯାଇଛି । ସଂଘର ଆହ୍ଵାନ କ୍ରମେ ଟିଟିଲାଗଡ଼ ଓ କଣ୍ଟାବାଞ୍ଜି ଶାଖା କାର୍ଯ୍ୟାଳୟ ଅନ୍ତର୍ଗତ ଶତାଧିକ ଅଭିକର୍ତ୍ତା ଧାରଣାରେ ସାମିଲ ହୋଇଥିଲେ । ପ୍ରକାଶଯୋଗ୍ୟ ଯେ, ବୀମା କ୍ଷେତ୍ରରେ ଆଇ.ଆର୍.ଡି.ଏ. ଅକ୍ଟୋବର ୧ ତାରିଖ ଠାରୁ ବିଭିନ୍ନ ପରିବର୍ତ୍ତନ କରିଥିବା ବେଳେ ନିଗମ ପକ୍ଷରୁ ଅଭିକର୍ତ୍ତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ପ୍ରଚଳିତ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ସଂଘ ପକ୍ଷରୁ ଗ୍ରାହାକଙ୍କ ଓ ଅଭିକର୍ତ୍ତାଙ୍କ ସ୍ୱାର୍ଥ ରକ୍ଷାକୁ ନେଇ ନିଗମ କର୍ତ୍ତୃପକ୍ଷ ବୀମା ଆୟୋଗ ଠାରେ ବିଭିନ୍ନ ଦାବୀ ଉପସ୍ଥାପନା କରାଯାଇଛି ।ନିଗମକୁ ଏକ ବଟବୃକ୍ଷରେ ପରିଣତ କରିବାରେ ପ୍ରମୁଖ ଭୂମିକା ତୁଲାଇଥିବା ଅଭିକର୍ତ୍ତାଙ୍କୁ ଶୋଷଣ କରାଯାଉଥିବା ନେଇ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଶାଖା ସଭାପତି ବୈକୁଣ୍ଠ ମେହେର, ସମ୍ପାଦକ ଅସୀମ କୁଣ୍ଡୁ, କୋଷାଧ୍ୟକ୍ଷ କ୍ଷୀରୋଦ ସାହୁ, ପୂର୍ବତନ ସଭାପତି ବୁଲବୁଲ ମେହେର, ନାରାୟଣ ରଣା, ଶିବପ୍ରସାଦ ପରିଡା, ଉତ୍ତମ ଦେ, ସନ୍ତୋଷ ପୁରୋହିତ, ରମେଶ ଅଗ୍ରୱାଲ, ସୁନ୍ଦରମନ ସା, ନରେନ୍ଦ୍ର ରଣା, ଗୋବର୍ଦ୍ଧନ ତ୍ରିପାଠୀ, ସୁନିଲ ମାଝୀ, ପ୍ରଫୁଲ୍ଲ ସାହୁ, ବିଜୟ ପଟ୍ଟନାୟକ ପ୍ରମୁଖଙ୍କ ସହ ବହୁ ଅଭିକର୍ତ୍ତା ଯୋଗ ଦେଇଥିଲେ । 

LEAVE A REPLY

Please enter your comment!
Please enter your name here