କାର୍ଯ୍ୟ ଦିବସରେ ବିଏସଏନଏଲ ଅଫିସରେ ଝୁଲୁଛି ତାଲା ; ହତାସ ହୋଇ ଫେରୁଛନ୍ତି ଉପଭୋକ୍ତା

0
72

ଟିଟିଲାଗଡ଼,୦୫/୧୨,(ଜେଏନ୍ଏସ୍),ଟିଟିଲାଗଡ଼ ସହରରେ ଗତ କିଛିଦିନ ଧରି ବିଏସ୍ଏନ୍ଏଲ୍ ଗ୍ରାହକ ସେବା ପାଇବା ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ସରକାରୀ ଉଦ୍ୟୋଗ ଭାରତ ସଂଚାର ନିଗମ ଲିମିଟେଡ(ବିଏସଏନଏଲ୍) ଗ୍ରାହକଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବାରେ ବ୍ୟତିକ୍ରମ ଘଟୁଥିବା ଯୋଗୁଁ ସ୍ଥାନୀୟ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । କିଛିଦିନ ଧରି କ୍ରମାଗତ ଭାବରେ ଲିଙ୍କ୍ ଫେଲ ହେଉଥିବା ଯୋଗୁଁ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ସହ ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟ ସହରର ଏକ ପ୍ରମୁଖ ସ୍ଥାନରେ ରହିଥିବା ଯୋଗୁଁ ସେବା ପ୍ରଦାନରେ ବ୍ୟାଘାତ ଘଟିଲେ ଅନେକ ସମୟରେ ଗ୍ରାହକ ନିଜେ ଯାଇ ଅଭିଯୋଗ କରୁଥିବା ନଜିର ରହିଛି । ତେବେ ବୁଧବାର କୌଣସି ସରକାରୀ ଛୁଟି ନ ଥିବା ବେଳେ ଏହି କାର୍ଯ୍ୟାଳୟରେ ସମ୍ପୂର୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି । କାର୍ଯ୍ୟାଳୟର ମୁଖ୍ୟ ଗେଟରେ ତାଲା ଝୁଲୁଥିବା ବେଳେ କାର୍ଯ୍ୟାଳୟ ପରିସରରେ କୌଣସି ଅସ୍ଥାୟୀ କର୍ମଚାରୀ ମଧ୍ୟ କାର୍ଯ୍ୟ ଦିବସରେ ଉପସ୍ଥିତ ନ ଥିବା ଦେଖି ଅଭିଯୋଗ ପାଇଁ ଯାଇଥିବା କିଛି ଉପଭୋକ୍ତା ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ଘଟଣାକୁ ନେଇ ବିଭାଗୀୟ ଜି.ଏମ୍ ଅଳ୍ପନା ରାଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେ ଆଉଟ୍ ଅଫ୍ ଷ୍ଟେସନ ଥିବା ଓ ଘଟଣା ସମ୍ଵନ୍ଧରେ ବୁଝିବାକୁ ସେ ଏ.ଜି.ଏମ୍ ଙ୍କୁ ଅବଗତ କରିଥିବା କହିଥିଲେ । ତେବେ ବଲାଙ୍ଗିର ଏ.ଜି.ଏମ୍ ତରଣି ପ୍ରସାଦ ତ୍ରିପାଠୀ ଘଟଣା ସମ୍ଵନ୍ଧରେ ଦାୟିତ୍ୱରେ ଥିବା ଜେଟିଓଙ୍କ ସହ କଥା ହୋଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here