ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଳଷ୍ଟର ସ୍ତରୀୟ ବୈଠକ

0
88

ଟିଟିଲାଗଡ଼,୩୧/୧୦,(ଜେଏନ୍ଏସ୍)ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋପାଳ ସିଂ ସୁନାଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିରାମ ମାଝୀ ଏବଂ କୋଦଣ୍ଡ ଭୋଇ ଯୋଗଦେଇ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମେହେର ସଭା ପରିଚାଳନା କରିଥିଲେ । ଏହି ଅବସରରେ ଓପିଏସସିରେ କୃତକାର୍ଯ୍ୟ ହୋଇଥିବା ଶିକ୍ଷୟିତ୍ରୀ ସରିତା ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଓ ନୂତନ କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣଙ୍କ ଆଦେଶ ଅନୁଯାୟୀ ଅକ୍ଟୋବର ମାସର ଶୈକ୍ଷିକ କ୍ୟାଲେଣ୍ଡର ଓ  ମାନ ନିର୍ଦ୍ଧାରଣ  ଟ୍ରାକର୍ ଆଲୋଚନା ବିଭିନ୍ନ ବିଷୟ ବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ, ସାମଗ୍ରିକ ବିକାଶ, କାର୍ଯ୍ୟ ଦକ୍ଷତା ମୂଲ୍ୟାଙ୍କନ, ସମୀକ୍ଷା ଏବଂ ବିଶ୍ଳେଷଣ ଉପରେ କେନ୍ଦ୍ର ସଂଯୋଜକ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ବିରେନ୍ଦ୍ର ମାଝୀ, ଭୂପେନ୍ଦ୍ର ସାଗର, ମକର ବାରିକ, ଗୌର ବଗର୍ତ୍ତୀ, ଅନୋଲା ହୋରୋ, ରଜନୀକାନ୍ତ ବାଗ, ଆଦିକନ୍ଦ ମାଝୀ, ଜୟକୃଷ୍ଣ ଝାଙ୍କର ପ୍ରମୁଖଙ୍କ ସହ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here