“ଲକ୍ଷେଘର ଗଣ୍ଡା ସମାଜ” ପକ୍ଷରୁ ସମ୍ବର୍ଦ୍ଧନା ସଭା

0
120

ଟିଟିଲାଗଡ଼,୦୬/୧୧,(ଜେଏନ୍ଏସ୍) ଟିଟିଲାଗଡ଼ “ଲକ୍ଷେଘର ଗଣ୍ଡା ସମାଜ” ପକ୍ଷରୁ ସ୍ଥାନୀୟ ଆଦିବାସୀ ଭବନ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସମାଜ ସଭାପତି ଘନଶ୍ୟାମ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଓଡ଼ିଶା ପ୍ରଶାସନିକ ସେବା ୨୦୨୨ରେ ସଫଳତା ଲାଭ କରିଥିବା ସ୍ଥାନୀୟ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ମର୍ଲାର୍ଡ ଗ୍ରାମ ନିବାସୀ ଶ୍ରୀ ଲଲାଟେନ୍ଦୁ ଛୁରା ମୁଖ୍ୟ ଅତିଥି, ଆଦିବାସୀ କଲ୍ୟାଣ ସଂଘ ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ବରିଷ୍ଠ ଶିକ୍ଷକ ଶତ୍ରୁଘ୍ନ ନନ୍ଦ, ସିର୍ଡା ପଞ୍ଚାୟତ ସରପଞ୍ଚ ଚିନ୍ତାମଣି ସୁନା, ଟିଟିଲାଗଡ଼ ରେଲୱେ ଷ୍ଟେସନ ମାଷ୍ଟର ପ୍ରଭାତ କୁମାର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ସଦସ୍ୟଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ସମାଜ ପକ୍ଷରୁ ଶ୍ରୀ ଛୁରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କଠିନ ପରିଶ୍ରମ ଓ ଦୃଢ ସଂକଳ୍ପ ହିଁ ସଫଳତାର ଚାବିକାଠି ବୋଲି ଅତିଥିବୃନ୍ଦ ଉଲ୍ଲେଖ କରିଥିଲେ । ସଂଗଠକ ଶକ୍ତି ମୁଗ୍ରୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ସାଧାରଣ ସମ୍ପାଦକ ଅର୍ଜୁନ ନାଗ ସଭା ପରିଚଳନା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହରିଶଙ୍କର ନାଗ, ଜିତେନ୍ଦ୍ର ବାଗ, ଇନ୍ଦ୍ରମଣି ବାଗ, ସବନ ଶିକା, ଝରୁ ଜଗତ, ଧ୍ରୁବ ହରପାଲ, ହିରତାଣ୍ଡି, ଲଙ୍କେଶ ଶିକା, କୁନା ସେନାପତି, ରୁଦ୍ର ଭରାସାଗର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ବ୍ଲକ ସଂଗଠକ କିଶନ ନାଗ ଧନ୍ୟବାଦ ପ୍ରଦାନ କରିଥିଲେ । 

LEAVE A REPLY

Please enter your comment!
Please enter your name here