ଟିଟିଲାଗଡ଼ରେ ପ୍ରଶାସନର ଯୁଗ୍ମ ଜନଅଭିଯୋଗ ଶୁଣାଣି

0
72

ଟିଟିଲାଗଡ଼,୦୬/୧୧,(ଜେଏନ୍ଏସ୍) ସୋମବାର ଟିଟିଲାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିୱାଜି ଇସାଲୱାର ଓ ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ଦ୍ୟାନଦେଓଙ୍କ ମିଳିତଭାବେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶିବିରରେ ଆବାସ ଯୋଜନା, ଭତ୍ତା ପ୍ରଦାନ, ଚିକିତ୍ସା ସହାୟତା, ଗୋଚର ଜମି ଜବର ଦଖଲ ଉଚ୍ଛେଦ, ଡାକ୍ତରଖାନା ସ୍ଥାନାନ୍ତର, ଜମିଜମା ସମ୍ୱନ୍ଧୀୟ ସଂପର୍କରେ ଅଭିଯୋଗ ଗୁଡ଼ିକ ପଞ୍ଜିକୃତ ହୋଇଥିଲା । ଏହି ଯୁଗ୍ମ ଜନଶୁଣାଣିରେ ମୋଟ ୪୯ ଗୋଟି ଅଭିଯୋଗ ମଧ୍ୟରୁ ୪୩ ଟି ବ୍ୟକ୍ତିଗତ ଏବଂ ସାମୁହିକ ୦୬ ଟି  ଆବେଦନ ପତ୍ର ପ୍ରାପ୍ତ ହୋଇଥିଲା । ତତ୍କାଳ ୮ ଗୋଟି ଆବେଦନର ସମାଧାନ କରାଯାଇଥିଲା। ଅବଶିଷ୍ଟ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ ଉପସ୍ଥିତ ଅଧିକାରୀମାନଙ୍କୁ କର୍ତ୍ତୃପକ୍ଷ ନିର୍ଦେଶ ପ୍ରଦାନ କରିଥିଲେ । ଶିବିରରେ ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର, ପ୍ରକଳ୍ପ ନିର୍ଦ୍ଧେଶକ, ଜିଲ୍ଲା ସହରୀ ଉନ୍ନୟନ ସଂସ୍ଥା, ପ୍ରଫୁଲ୍ଲ କୁଜୁର, ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରୀ, ବିଡ଼ିଓ ଚନ୍ଦ୍ରମଣି ନାଗ ଓ  ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here