ହୃଦରୋଗ ଓ ଅସ୍ଥିଶଲ୍ୟ ଚିକିତ୍ସା ସଚେତନତା ଶିବିର

0
74

ଟିଟିଲାଗଡ଼,୩୦/୧୧,(ଜେଏନ୍ଏସ୍),ମାରୱାଡ଼ି ଯୁବାମଞ୍ଚ ସେଣ୍ଟ୍ରାଲ ଶାଖା ପକ୍ଷରୁ ସ୍ଥାନୀୟ ଡିଏନ୍ ରିସୋର୍ଟ ପରିସରରେ ଶନିବାର ସନ୍ଧ୍ୟାରେ ହୃଦରୋଗ ଓ ଅସ୍ଥିଶଲ୍ୟ ଚିକିତ୍ସା ସମ୍ବନ୍ଧୀୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି, ରାୟପୁର ଏମ୍.ଏମ୍.ଆଇ. ନାରାୟଣ ହସ୍ପିଟାଲର ହୃଦୟରୋଗ ବିଶେଷଜ୍ଞ ଡାକ୍ତର ସୁମନ୍ତ ଶେଖର ପାଢ଼ୀ, ଅସ୍ଥିଶଲ୍ୟ ବିଶେଷଜ୍ଞ ପଙ୍କଜ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସଚେତନ କରିଥିଲେ । ମାରୱାଡ଼ି ଯୁବାମଞ୍ଚ ଶାଖା ସଭାପତି ଅମିତ ଶର୍ମା ଓ ପ୍ରକଳ୍ପ ନିର୍ଦ୍ଦେଶକ ଅଙ୍କୁର ଅଗ୍ରୱାଲ ସଭା ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଶ୍ରୀ ଜୈନ ସୁଦୁର ପ୍ରସାରି କହିବା ସହ ଆୟୋଜକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଉଭୟ ବିଶେଷଜ୍ଞ ଡାକ୍ତର ରୋଗର କାରଣ, ଲକ୍ଷଣ ଓ ନିରାକରଣ ସମ୍ଵନ୍ଧରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିଙ୍କ ସହ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here