ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ତୃତୀୟ ବାର୍ଷିକ ସ୍ମୃତିସଭା ଅନୁଷ୍ଠିତ ।

0
65

ବଲାଙ୍ଗିର,୩୦/୧୧,(ଜେଏନ୍ଏସ୍), ବଲାଙ୍ଗିର ପଥରଚେପା ଠାରେ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଦ୍ଵାରା ପ୍ରତିଷ୍ଠିତ ବାଲ ନିକେତନ ପରିସରରେ ଅନନ୍ୟ ପ୍ରତିଭାର ଅଧିକାରୀ ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସତ୍ୟନାରାୟଣ ବେହେରା ସ୍ମାରକୀ ଦାତବ୍ୟ ନ୍ୟାସ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ସଦେଇପାଲି ସମିତି ସଭ୍ୟତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସ୍ୱର୍ଗତ ବେହେରାଙ୍କ ସ୍ମୃତିଚାରଣ କରିଥିଲେ। ନ୍ୟାସର ଅଧ୍ୟକ୍ଷ ସୁଧାକର ବେହେରା ସଭାର ସଭାପତିତ୍ଵ କରିଥିବାବେଳେ ସାମ୍ବାଦିକ ସନ୍ଦୀପ କୁମାର କୁଅଁରଙ୍କ ମଞ୍ଚ ସଂଯୋଜନା କରିଥିଲେ । ଜଣେ ନିଆରା ବ୍ୟକ୍ତିତ୍ୱର ଅଧିକାରୀ ସ୍ୱର୍ଗତ ବେହେରା ଜଣେ ଆଗଧାଡ଼ିର ସାମ୍ବାଦିକ, ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଭାପତି, ମଂଚ ଓ ଚଳଚିତ୍ର ଅଭିନେତା, ସଂସ୍କୃତି ଗବେଷକ ତଥା ସାରସ୍ଵତ ସାଧକ ଥିଲେ । ତାଙ୍କର ଆତ୍ମିକପଣ ଅପରିଚିତକୁ ଆପଣାର କରିନେବାର ଭାବ ଆଜି ସମାଜରେ ବିରଳ ବୋଲି ଅତିଥିବୃନ୍ଦ ଉଲ୍ଲେଖ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ  ପାର୍ବତୀ ଗିରି ବାଲ ନିକେତନକୁ  ସତ୍ୟନାରାୟଣ ବେହେରା ସ୍ମୃତି ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଓ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପକ୍ଷରୁ ବାଲନିକେତନର ଅନ୍ତେବାସୀଙ୍କୁ କମ୍ବଳ ଓ କମ୍ପାସ  ପ୍ରଦାନ କରାଯାଇଥିଲା । ସାମ୍ବାଦିକ ଶରତଚନ୍ଦ୍ର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଅରୁଣ ମିଶ୍ର, ପୂର୍ଣଚନ୍ଦ୍ର ପଣ୍ଡା, ବୀରେନ୍ଦ୍ର ଝାଙ୍କର, ଗୁପ୍ତେଶ୍ୱର ପୃଷ୍ଟି, ବିରେନ ନାଏକ, ସୁଶାନ୍ତ ଠାକୁର, ସୁନୀଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here