ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଚକ୍ଷୁ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ

0
65

ଟିଟିଲାଗଡ଼,୩୦/୧୧,(ଜେଏନ୍ଏସ୍),ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଚକ୍ଷୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ଲାୟନ୍ସ କ୍ଲବ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଏସ୍.ସି.ଡି. ଚକ୍ଷୁ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ସୁମିତ ପ୍ରଧାନ ଯୋଗଦେଇ ସଚେତନ କରିଥିଲେ । ସେହିପରି ଅନୁଷ୍ଠାନ ପକ୍ଷରୁ ଅଭିଭାବକଙ୍କୁ ନେଇ ଅପାର ପଞ୍ଜୀକରଣର ଆବଶ୍ୟକତାକୁ ନେଇ ଏକ ସଚେତନ ବୈଠକ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଜ୍ୟୋତି ପ୍ରକାଶ ଗଡତ୍ୟା, ନୃପରାଜ ସେଠ, ମାନସ ରଞ୍ଜନ ସେଠ, ଲାୟନ୍ସ କ୍ଲବର ସଭାପତି ଗଙ୍ଗାଧର ଶର୍ମା ଓ ସମ୍ପାଦକ ଏମ୍.ଡି. ଆବାସ୍ ଖାନ୍ ଏବଂ ଲାୟନ୍ସ କ୍ଲବର ସଦସ୍ୟ ମାନେ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here