ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

0
69

ଟିଟିଲାଗଡ଼,୦୪/୧୨,(ଜେଏନ୍ଏସ୍),ଟିଟିଲାଗଡ଼ ଶିବପ୍ରସାଦ ଉପ୍ରା ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ଆନ୍ତର୍ଜାତୀୟ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ ମୁଖ୍ୟଅତିଥି, ବାଳକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରବୀର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗ ଶିଶୁ ତଥା ଅଭିଭାବକମାନଙ୍କୁ ଉତ୍ସାହିତ କରିଥିଲେ । ଟିଟିଲାଗଡ଼ ବ୍ଲକ ଓ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଭିନ୍ନକ୍ଷମ ଛାତ୍ରଙ୍କ ସହ ଅଭିଭାବକ ମାନେ ଯୋଗଦାନ କରିଥିଲେ। ଭିନ୍ନକ୍ଷମମାନେ ସମାଜର ଅଭିନ୍ନ ଅଙ୍ଗ ବୋଲି ଅତିଥିବୃନ୍ଦ ଉଲ୍ଲେଖ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତପ ଜାଲ ସଭା ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ କୃତି ପ୍ରତିଯୋଗୀଙ୍କୁ ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ ।କାର୍ଯ୍ୟକ୍ରମରେ ସିଆରସିସି ଲିଙ୍ଗରାଜ ନାଗ, ବବଲୁ ଜାଲ, ଗୌରୀ ମୁଣ୍ଡା, ପ୍ରଦ୍ୟୁମ୍ନ ସାହୁ, ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here