ତାଲୁକ ଆଇନ ସେବା କମିଟି ପକ୍ଷରୁ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଜନ ଦିବସ ପାଳିତ

0
59

ଟିଟିଲାଗଡ଼,୦୪/୧୨,(ଜେଏନ୍ଏସ୍),ଟିଟିଲାଗଡ ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ଏସସିଡି  ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଜନଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ସନ୍ଦିପ କୁମାର ପଟ୍ଟନାୟକ, ସବ୍ ଜଜ୍ କୃଷ୍ଣ ଚନ୍ଦ୍ର ନାୟକ, ଏସଡିଜେଏମ ସୁମିତ କୁମାର ପାଣିଗ୍ରାହୀ, ପେନାଲ ଲୋୟର ସନ୍ଧ୍ୟା ଥାପା, ରେଟର୍ନର ଟିକେରାମ ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି, ପ୍ରଧାନଶିକ୍ଷକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମସେନ ହରପାଲ, କନିଷ୍ଠ ଶିକ୍ଷକ ମୋତିରାମ ପ୍ରଧାନୀ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କୌଣସି ଦିବ୍ୟାଙ୍ଗଜନଙ୍କ ପ୍ରତି ହୋଇଥିବା ଅନ୍ୟାୟ ସମ୍ପର୍କିତ ମାମଲାର ଶୁଣାଣି ଅଗ୍ରାଧିକାର ଭିତ୍ତିରେ ଏବଂ କୋର୍ଟ, କଚେରୀ, ମାଲିମକଦ୍ଦମାର ପରିଚାଳନା ନିମନ୍ତେ ଦିବ୍ୟାଙ୍ଗମାନଙ୍କୁ ତାଲୁକ ଆଇନ ସେବା କମିଟି ତରଫରୁ ନିଶୁଳ୍କରେ ମୋକଦ୍ଦମା ଲଢି ପାରିବେ ବୋଲି କମିଟି ଅଧ୍ୟକ୍ଷ ପ୍ରକାଶ କରିଥିଲେ ।ରେଟର୍ନର ଟିକେରାମ ସାହୁ ସଭା ପରିଚାଳନା କରିଥିବାବେଳେ ଏବଂ ଜୀବରର୍ଦ୍ଧନ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କୋର୍ଟ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। 

LEAVE A REPLY

Please enter your comment!
Please enter your name here