ମାନବ ଅଧିକାର ତାଲିମ ଶିବିର ଅନୁଷ୍ଠିତ

0
79

ଟିଟିଲାଗଡ଼,୦୫/୧୨,(ଜେଏନ୍ଏସ୍),ସ୍ଥାନୀୟ ମହାବୀର ପଂଚାୟତ ଧର୍ମଶାଳା ଠାରେ ଆକ୍ସନଏଡ ଅନୁଷ୍ଠାନ ପକ୍ଷରୁ ଦୁଇଦିନିଆ ମାନବ ଅଧିକାର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନିୟମଗିରି ସୁରକ୍ଷା ସମିତିର ଆବାହକ ଲିଙ୍ଗରାଜ ଆଜାଦ ପ୍ରଶିକ୍ଷକ ଭାବରେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ସମ୍ବିଧାନ ପ୍ରଦତ୍ତ ମାନବ ଅଧିକାର ସହ ସରକାରଙ୍କ ଦ୍ଵାରା ଉପଲବ୍ଧ ବିଭିନ୍ନ ଯୋଜନାରେ କିଭଳି ହିତାଧୀକାରୀମାନେ ସାମିଲ ହୋଇପାରିବେ ତାହାକୁ ନେଇ ସଚେତନ କରାଯାଇଥିଲା । ଚଳିତ ମାସ ୧୦ ତାରିଖରେ ଥିବା ମାନବ ଅଧିକାର ଦିବସକୁ କିଭଳି ସଫଳ ରୂପରେ ପାଳନ କରାଯିବ ଏବଂ ବ୍ୟାପକ ସଚେତନା ମୂଳକ କାର୍ଯ୍ୟକ୍ରମ ଆୟୋଜିତ କରାଯିବ ତାହାକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁରଲି ଦାସ, ସଂଜୀବ ରଣା, ତୃପ୍ତିମୟୀ ପ୍ରଧାନ, ଜ୍ୟୋତିମୟୀ ଦହଳ, ନରେନ୍ଦ୍ର ମହାରଣା ପ୍ରମୁଖଙ୍କ ସହ ଟିଟିଲାଗଡ଼ ଓ ମୂରିବାହାଲ ବ୍ଲକ ଅନ୍ତର୍ଗତ ବହୁ ମାନବ ଅଧିକାର ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ। 

LEAVE A REPLY

Please enter your comment!
Please enter your name here