ବିଜୁ ଜନତାଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

0
57

ଟିଟିଲାଗଡ଼,୦୬/୧୧,(ଜେଏନ୍ଏସ୍) ଟିଟିଲାଗଡ଼ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନ, ପୂର୍ବତନ ପାଟଣାଗଡ଼ ବିଧାୟକ ସରୋଜ ମେହେର, ସୁରେନ୍ଦ୍ର ସିଂ ଭୋଇ ପ୍ରମୁଖ ବରିଷ୍ଠ ନେତା ଯୋଗଦେଇ କର୍ମୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଶତାଧିକ ଦଳୀୟ କର୍ମୀଙ୍କ ଏକ ପଦଯାତ୍ରା ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ବାହାରି ସହର ମଧ୍ୟରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ସ୍ୱର୍ଗତ ଅଭିମନ୍ୟୁ ସାହୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଗୋବିନ୍ଦ ବାଟିକା ଠାରେ ଆୟୋଜିତ ସଭାସ୍ଥଳରେ ପହଞ୍ଚିଥିଲା । ବିଜେପି ସରକାର ଲୋକଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶୁତି ପାଳନ କରୁ ନଥିବା ନେଇ ଦଳୀୟ ନେତା ଅଭିଯୋଗ ଉଠାଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ, ଉପାଧ୍ୟକ୍ଷ ଜଗତ ରାମ ରଣା, ସଇଁତଳା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ପୌର ଉପାଧ୍ୟକ୍ଷା ପୁଷ୍ପା ମଞ୍ଜରୀ ଜାଲ, ଜିଲ୍ଲାପରିଷଦ ସଦସ୍ୟ ସଞ୍ଜୟ ବେହେରା, ଗୀତା ବିଶି, ଟିକି ପୋଡ଼, ବିଜେଡି ନେତା ଅରୁଣ ମିଶ୍ର, ରଞ୍ଜିତ ପୃଷ୍ଟି, ରାଜେଶ ପ୍ରଧାନ, ଧ୍ରୁବ ଚରଣ ସାହୁ, ପ୍ରେମ ଜୈନ ପ୍ରମୁଖଙ୍କ ସହ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here