ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରତିଯୋଗିତା ବଲାଙ୍ଗିର ଟିମ୍ ର କୃତିତ୍ୱ

0
61

ବଲାଙ୍ଗିର,୦୭/୧୧,(ଜେଏନ୍ଏସ୍) ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସରେ ବଲାଙ୍ଗିର ଟିମ୍ ପ୍ରଥମ ସ୍ଥାନ ଅଧିକାର କରି କୃତିତ୍ୱ ଅର୍ଜନ କରିଛି । ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ୱ ଜୋନର ଜିଲ୍ଲାମାନଙ୍କ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନକୁ ନେଇ ଓସ୍ଡମା ତରଫରୁ ରେସକ୍ୟୁ ଏଣ୍ଡ ରିସେର୍ଚ୍ଚ ଏଣ୍ଡ ଫାଷ୍ଟଏଡ୍ କୁ ନେଇ ଆୟୋଜିତ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ଟିମ୍  ଚମ୍ପିୟାନ  ହୋଇଥିଲେ । ବଲାଙ୍ଗିର ଟିମ୍ ରେ ସତ୍ୟନାରାୟଣ ହୋତା, ସନତ ପଟେଲ, ସୂର୍ଯ୍ୟ ମିଶ୍ର, ସଂକେତ ସାହୁ, ପଙ୍କଜ କାଲସାଏ, ଆକାଶ ସହୁ, ଲତା କୁମ୍ଭାର, ଜାନକୀ ପଟେଲ, ପ୍ରିୟା ଦାସ, ଆପଦା ମିତ୍ର ପ୍ରମୁଖ ରହିଥିଲେ । ବିଜୟୀ ଟିମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଅଥରିଟି ପକ୍ଷରୁ  ପୁରସ୍କୃତ କରାଯାଇଥିଲା । 

LEAVE A REPLY

Please enter your comment!
Please enter your name here