ଟିଟିଲାଗଡ଼ରେ ସ୍କାଉଟ ଗାଇଡ ପ୍ରତିଷ୍ଠା ଦିବସ ପାଳିତ

0
87

ଟିଟିଲାଗଡ଼,୦୮/୧୧,(ଜେଏନ୍ଏସ୍) ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବ୍ଲକ ସ୍ତରୀୟ ସ୍କାଉଟ ଗାଇଡ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଭାଷ ଚନ୍ଦ୍ର ଦାସ ମୁଖ୍ୟଅତିଥି ଏବଂ ବିଦ୍ୟାଳୟର ସଭାପତି ଜ୍ୟୋତି ପ୍ରକାଶ ଗଡ଼ତ୍ୟା ସମ୍ମାନିତଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍କାଉଟ୍ ବ୍ଲକ ସଂଯୋଜିକା ପଦ୍ମଜାନନ୍ଦିନୀ ବହିଦାର ସଭା ସଂଯୋଜନା କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ବ୍ଲକ ଅନ୍ତର୍ଗତ ୧୦ଟି ବିଦ୍ୟାଳୟର ୫୫ ଜଣ ସ୍କାଉଟର ଓ ଗାଇଡ ଯୋଗଦେଇଥିଲେ ।   

LEAVE A REPLY

Please enter your comment!
Please enter your name here