ଅଣସଙ୍ଗଠିତ ଶ୍ରମିକ ସଚେତନା ଶିବିର

0
75

ଟିଟିଲାଗଡ଼,୧୯/୦୨/୨୦୨୫,(ଜେଏନ୍ଏସ୍),ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ମହୁଲପଡ଼ା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅଗ୍ରଣୀ ବେସରକାରୀ ଅନୁଷ୍ଠାନ ଆକ୍ସନ୍ଏଡ୍ ଓ ଜନ ଜାଗରଣ ଦାଦନ ସଂଘ ପକ୍ଷରୁ ଅଣସଂଘଠିତ ଶ୍ରମିକ  ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ ମୁଖ୍ୟଅତିଥି , ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଯଶୋବନ୍ତ ନାରାୟଣ ପ୍ରଧାନୀ, ଥାନା ଅଧିକାରୀ କଲ୍ୟାଣୀ ବେହେରା, ସମାଜ ସେବୀ ଲିଙ୍ଗରାଜ ଆଜାଦ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଶ୍ରମିକଙ୍କୁ ଉତ୍ସାହିତ କରିଥିଲେ।

ସାମାଜିକ ନିରାପତ୍ତା ଯୋଜନା ତଥା ଶ୍ରମିକଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ଯୋଜନା ଓ  ଅଧିକାର ସମ୍ଵନ୍ଧରେ ଅତିଥିବୃନ୍ଦ ଅବଗତ କରାଇଥିଲେ । ଅନୁଷ୍ଠାନର ମୁରଲୀ ଚରଣ ଦାସ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଓ ମୁରିବାହାଲ ବ୍ଲକ ଅନ୍ତର୍ଗତ ୮ ଟି ପଞ୍ଚାୟତରୁ  ଶତାଧିକ ଅଣସଙ୍ଗଠିତ ଶ୍ରମିକ ଯୋଗଦେଇଥିଲେ । ଜନ ଜାଗରଣ ଦାଦନ ସଂଘ ସଭାପତି ନରେନ୍ଦ୍ର ମହାରଣା, ଆକ୍ସନ୍ଏଡ୍ କର୍ମୀ ଜ୍ୟୋତିର୍ମୟୀ ଦହଲ, ତୃପ୍ତିମୟୀ ପ୍ରଧାନ, ଭୂପେନ୍ଦ୍ର ରଣା, ସଞ୍ଜୀବ ରଣା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here