ମୋରମ ମାଫିଆ ଙ୍କ ଦୌରାତ୍ମ୍ୟ, ମହିଳା ଆରଆଇ ଓ ସୁପରଭାଇଜର ଙ୍କୁ ହତ୍ୟା ଧମକ,ଥାନା ରେ ମାମଲା ରୁଜୁ

ଟିଟିଲାଗଡ,୨୪/୩(ଜେଏନଏସ),ବଲାଙ୍ଗୀର ଜିଲ୍ଲା ରେ ମୋରମ ମାଫିଆ ଙ୍କ ଦୋରାତ୍ମ୍ୟ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି।ଅବୈଧ ଭାବରେ ମୋରମ ଖନନ ଓ ପରିବହନ କରାଯାଉଥିବା ଯୋଗୁଁ ସରକାରୀ ରାଜସ୍ୱ ବିପୁଳ ପରିମାଣ ରେ କ୍ଷତି ହେଉଛି। ସଇଁତଳା ତହସିଲ ଅନ୍ତର୍ଗତ ଗଣ୍ଡପତ୍ରାପାଲି ରାଜସ୍ୱ ନିରୀକ୍ଷକ ଓ ସୁପର ଭାଇଜର ଙ୍କୁ ମୋରମ ମାଫିଆ ମାନେ ହତ୍ୟା ଧମକ ଦେଇଥିବା ନେଇ ସଇଁତଳା ଥାନାରେ ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ ଗଣ୍ଡପତ୍ରାପାଲି ଅଞ୍ଚଳ ର ଏକ ସରକାରୀ ଜମି ରୁ ବେଆଇନ ଭାବରେ ଜେସିପି ଲଗାଇ ନମ୍ବର ବିହୀନ ଟ୍ରାକ୍ଟର ଯୋଗେ ମାଟି ଚୋରା ଚାଲାଣ ହେଉଥିବା ନେଇ ସଇଁତଳା ତହସିଲଦାର ଆଶିଷ ଏକ୍କା ଙ୍କ ଠାରେ ଅଭିଯୋଗ ହୋଇଥିଲା।ଅଭିଯୋଗ ପରେ ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ବ ନିରୀକ୍ଷକ ମମତା ଚିନ୍ଦା ଓ ସୁପରଭାଇଜର ଅଶ୍ଵିନି ଜାଲ ଘଟଣା ସ୍ଥଳକୁ ଯାଇ ୧୦ ହଜାର ଟଙ୍କା ଜରିମାନା କରିଥିଲେ।ଏହି କାରବାର ରେ ସଂପୃକ୍ତ ବୁଲୁ ବେହେରା ଉଭୟ ଅଧିକାରୀ ଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ।ଘଟଣା କୁ ନେଇ ଉଭୟ ଅଧିକାରୀ ସଇଁତଳା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।ଅପରପକ୍ଷରେ ଅଭିଯୁକ୍ତ ୧୦ ହଜାର ଟଙ୍କା ଫୋନ ପେ ଜରିଆରେ ଜରିମାନା ଅର୍ଥ ଦେଇଥିବା ବେଳେ ପୁଣି ୫ ହଜାର ଟଙ୍କା ରାଜସ୍ୱ ନିରୀକ୍ଷକ ଙ୍କୁ ତାଙ୍କ ବିନା ଅନୁମତି ରେ ଫୋନ ପେ ଯୋଗେ ପଠାଇଥିବା ଅଭିଯୋଗ ହୋଇଛି।ଏହା ତାଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ କରାଯାଇଥିବା ନେଇ ଆର ଆଇ ମମତା ଚିନ୍ଦା ପୁଲିସ କୁ ଦେଇଥିବା ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles