

ଟିଟିଲାଗଡ଼,୨୮/୩(ଜେଏନ୍ଏସ), ସାରା ରାଜ୍ୟରେ ଶନିବାର ୧୫୫ ଟି ଓକିଲ ସଂଘର ବାର୍ଷିକ ନିର୍ବାଚନ ସମ୍ପନ୍ନ ହୋଇଛି।ଏହିପରିପ୍ରେକ୍ଷି ରେ ଟିଟିଲାଗଡ ଓକିଲ ସଂଘର ମଧ୍ୟ ବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ଚଳିତ ବର୍ଷ ପାଇଁ ଆଇନଜୀବୀ ବିକାଶ ଭୋଇ ସଭାପତି,ପ୍ରୀତମ ପଣ୍ଡା ଉପସଭାପତି,କାର୍ତ୍ତିକ ଛତର ସମ୍ପାଦକ,ପଙ୍କଜ ବାଗ ସହ ସମ୍ପାଦକ ଓ ପୃଥିରାଜ ସିଂ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି।ସଂଘ ର ସାମୁହିକ ଉନ୍ନତି ତଥା ଆଇନଜୀବୀ ମାନଙ୍କ ସମସ୍ୟାର ସମାଧାନ କୁ ପ୍ରାଥମିକତା ଦେଇ ସଂଘ କାର୍ଯ୍ୟ କରିବ ବୋଲି ନବ ନିର୍ବାଚିତ ସଭାପତି ଶ୍ରୀ ଭୋଇ କହିଛନ୍ତି।ବିଜୟୀ ପ୍ରାର୍ଥୀ ଙ୍କୁ ସହରର ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

