ଟିଟିଲାଗଡ଼,୨୮/୩(ଜେଏନ୍ଏସ),ବଙ୍ଗୋମୁଣ୍ଡା ଓକିଲ ସଂଘର ବାର୍ଷିକ ନିର୍ବାଚନ ଚଳିତ ବର୍ଷ ପାଇଁ ସମ୍ପନ୍ନ ହୋଇଯାଇଛି।ବରିଷ୍ଠ ଆଇନଜୀବୀ ସୁଧାଂଶୁ ଦାସ ତୃତୀୟ ଥର ପାଇଁ ନିର୍ଦ୍ୱନ୍ଦରେ ସଭାପତି ଭାବରେ ମନୋନୀତ ହୋଇଛନ୍ତି।ସେହିପରି ପ୍ରଦୀପ ଶର୍ମା ଉପସଭାପତି,କୈଳାଶ କୁମାର ବିଶ୍ୱାଳ ସମ୍ପାଦକ,ହେମନ୍ତ ନାୟକ ଓ ବୁଦ୍ଧଦେବ ଭରାସାଗରିଆ ସହ ସମ୍ପାଦକ, ଦିନେଶ୍ୱର ତାଣ୍ଡି ଗ୍ରନ୍ଥାଗାର ସମ୍ପାଦକ ଏବଂ ସନ୍ତୋଷ ପୁରୋହିତ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଆଇନଜୀବୀ ଙ୍କ ସମସ୍ୟା ଓ ସାମୁହିକ ସ୍ୱାର୍ଥକୁ ପ୍ରାଥମିକତା ଦେଇ ସଂଘ କାର୍ଯ୍ୟ କରିବ ବୋଲି ସଭାପତି ଶ୍ରୀ ଦାସ ଉଲ୍ଲେଖ କରିଛନ୍ତି।

