ଟିଟିଲାଗଡ,୨୯/୩(ଜେଏନଏସ),ଟିଟିଲାଗଡ ରାମନବମୀ ଶୋଭାଯାତ୍ରା ରେ ବିଧାୟକ ନବୀନ ଜୈନ ଫାଙ୍କା ଗୁଳି ଚାଳନା କରିଥିବା ଘଟଣାରେ ପୁଲିସ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଏହି ସମ୍ବେଦନଶୀଳ ଘଟଣା କୁ ନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁଲାଲ ବଲାଙ୍ଗୀର ଆସି ଏସପି ଅଭିଳାଷ ଜୀ ଙ୍କ ସହିତ ଆଲୋଚନା କରିଛନ୍ତି।କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପିଏସଓ ପ୍ରେମରାଜ ନାଗଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ରବିବାର ବିଧାୟକ ଙ୍କ ନୂତନ ପିଏସଓ ଭାବରେ ବାମଦେବ ଛତର ଙ୍କୁ ନିଯୁକ୍ତ କରାଯାଇଛି।ଘଟଣା କୁ ନେଇ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଥିବାବେଳେ ଏହାର ପୁନରାବୃତ୍ତି ନ ହେବା ପାଇଁ ସମସ୍ତ ସୁରକ୍ଷା କର୍ମୀ ଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

