ବେଆଇନ ଗୋ ଚାଲାଣ କୁ ନେଇ ତାତିଲେ ବିଧାୟକ

ଟିଟିଲାଗଡ଼,୯/୫(ଜେଏନଏସ), ଟିଟିଲାଗଡ ଅଞ୍ଚଳରେ ବେଆଇନ ଗୋ ଚାଲାଣ କାରବାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଶ୍ରୀରାମ ଗୋ ସେବା ସମିତି ପକ୍ଷରୁ ପୂର୍ବରୁ ସ୍ଥାନୀୟ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ବେଆଇନ ଗୋ ଚାଲାଣ ରୋକ୍ ଲଗାଇବାରେ ପ୍ରଶାସନ ବିଫଳ ହୋଇଛି।ଶନିବାର ଭୋର ରୁ ୩ ଶହ ରୁ ଉର୍ଦ୍ଧ ଗୋରୁ ଙ୍କୁ ଚଲାଇ ଚଲାଇ ଅମାନବୀୟ ଭାବରେ ବେଆଇନ ଚାଲାଣ କରାଯାଉଥିବା ବେଳେ ଗୋ ସେବା ସମିତି ସଭ୍ୟ ମାନେ ଏହାକୁ ଅଟକାଇବା ସହ ସ୍ଥାନୀୟ ପୁଲିସ ଓ ବିଧାୟକ ନବୀନ ଜୈନ ଙ୍କୁ ଜଣାଇଥିଲେ।ଘଟଣା ସ୍ଥଳରେ ବିଧାୟକ ଶ୍ରୀ ଜୈନ ପହଞ୍ଚି ଏତେ ସଂଖ୍ୟକ ଗୋରୁ ଙ୍କ ଦୟନୀୟ ସ୍ଥିତି ଦେଖି ମର୍ମାହତ ହେବାସହ ଗୋ ଚାଲାଣକାରି ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉଦ୍ଧାର ହୋଇଥିବା ଗୋରୁ ଙ୍କୁ ସ୍ଥାନୀୟ ଗୋଶାଳା ରେ ରଖିବାକୁ ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିଲେ।ତେବେ ଏତେ ସଂଖ୍ୟକ ଗୋରୁ ଙ୍କୁ ମାଲେଶିରା ଗ୍ରାମରୁ ଚୂଡ଼ାମଣି ସୁନା ନାମକ ବ୍ୟକ୍ତି ସାଗୁନାମୁଣ୍ଡା ଗ୍ରାମର ତେଜ ମାଝୀ ନାମକ ବ୍ୟକ୍ତି ଙ୍କ ନିକଟକୁ ପଠାଉଥିବା ସଂପୃକ୍ତ ଅଟକ ଥିବା ଲୋକେ ସୂଚନା ଦେଇଥିଲେ।ଏହି କାମ ପାଇଁ ସେମାନଙ୍କୁ ଜଣ ପିଛା ସପ୍ତାହ କୁ ୨୫ ଶହ ରୁ ୩ ହଜାର ଟଙ୍କା ମିଳୁଥିବା କହିଥିଲେ।ଉଦ୍ଧାର ହୋଇଥିବା ଗୋରୁ ଙ୍କୁ ଗୋଶାଳା ରେ ରଖାଯାଇଥିବା ବେଳେ ସଂପୃକ୍ତ ଲୋକ ମାନଙ୍କୁ ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।ଘଟଣା କୁ ନେଇ ଅଞ୍ଚଳବାସୀ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ପରଦା ଆଢୁଆଳ ରେ ଥାଇ ଏହି କାରବାର ରେ ସମ୍ପୃକ୍ତ ମୁଖ୍ୟ ଖଳ ନାୟକ ଙ୍କୁ ଗିରଫ କରିବାକୁ ଗୋ ସେବା ସମିତି ପକ୍ଷରୁ ଦାବି ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles