
ଟିଟିଲାଗଡ,୧୦/୫(ଜେଏନଏସ), ଟିଟିଲାଗଡ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ୱ ବିଦ୍ୟାଳୟ ରେ ବିଶ୍ଵ ମାତୃ ଦିବସ ଓ ସପ୍ତାହ ବ୍ୟାପି ଚାଲିଥିବା ଗ୍ରୀଷ୍ମ କାଳୀନ ଶିବିର ର ସମାପନ ଉତ୍ସବ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଡିଏଭି କଲେଜ ର ଅଧ୍ୟାପିକା ଅନୁରାଧା ସିଂଘଲ ମୁଖ୍ୟ ଅତିଥି,ବଡପତ୍ରାପାଲି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ବାରିକ,ତେରାପନ୍ଥ ମହିଳା ସଭାପତି ଭାବନା ଜୈନ ଓ ଉପସଭାପତି ଦୀପିକା ଜୈନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମା ସୁଖୀ ପରିବାର ର ଆଧାର ଶିଳା ସନ୍ଧର୍ଭ ଉପରେ ଆଲୋକପାତ କରିଥିଲେ।ସେହିପରି ଅନୁଷ୍ଠାନ ପକ୍ଷରୁ ଶିଶୁ ମାନଙ୍କ ପାଇଁ ସପ୍ତାହ ବ୍ୟାପି ଆୟୋଜିତ ହୋଇଥିବା ଦିବ୍ୟ ସଚେତନତା ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ ହୋଇଥିଲା।ଏହି ଶିବିରରେ ଆଧ୍ୟାତ୍ମିକ ସଶକ୍ତିକରଣ ମାଧ୍ୟମରେ ଶିଶୁ ମାନଙ୍କର ବ୍ୟକ୍ତିତ୍ୱ ଓ ଚରିତ୍ର ଗଠନ ତଥା ସକାରାତ୍ମକ ଚିନ୍ତନ ଦ୍ଵାରା ସାମଗ୍ରିକ ବିକାଶ କୁ ପ୍ରାଥମିକତା ଦିଆଯାଇଥିବା ଅନୁଷ୍ଠାନ ପକ୍ଷରୁ ଉଲ୍ଲେଖ କରାଯାଇଥିଲା। ସଂସ୍ଥାର ମୁଖ୍ୟ ପ୍ରଭାରୀ ବ୍ରହ୍ମାକୁମାରୀ ମନୀଷା,ବ୍ରହ୍ମା କୁମାରୀ ଦାମିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ଅବସରରେ ଶିବିର ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଶିଶୁ ଙ୍କୁ ଅତିଥି ଙ୍କ ଦ୍ଵାରା ସାର୍ଟିଫିକେଟ ଓ ଉପହାର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।

