
ଟିଟିଲାଗଡ,୧୧/୫(ଜେଏନଏସ), ଟିଟିଲାଗଡ ରାଣିସତୀ ଶକ୍ତିଧାମ ଠାରେ ଆୟୋଜିତ ହେବାକୁ ଥିବା ମହୋତ୍ସବ ରେ ରାଜସ୍ଥାନ ଫତେପୁର ଶେଖାବଟୀ ର ୮ ବର୍ଷିଆ ପ୍ରଖ୍ୟାତ କଥା ବ୍ୟାସ କ୍ରିଷ୍ଣା କିଶୋରୀ ଯୋଗଦେବା ନେଇ ଆୟୋଜକ ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଯାଜ୍ଞିକ ସମ୍ରାଟ ଚୈତନ୍ୟ ଅଗ୍ନିଶିଖା ଜି ମହାରାଜ ଙ୍କ ତତ୍ତ୍ୱାବଧାନ ରେ ଆସନ୍ତା ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଣୀ ସତୀ ଶକ୍ତି ଧାମ ଠାରେ ସତୀ ସାବିତ୍ରୀ କଥା,ଶିବ ବିବାହ ଓ ଭଜନ ସନ୍ଧ୍ୟା ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହାକୁ ନେଇ ମହୋତ୍ସବ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟକ୍ରମ ରେ କଥା ବ୍ୟାସ କ୍ରିଷ୍ଣା କିଶୋରୀ ଙ୍କ ଗରିମାମୟ ଉପସ୍ଥିତି ସୂଚନା ଶ୍ରଦ୍ଧାଳୁ ଙ୍କୁ ବେଶ ଉତ୍ସାହିତ କରିଛି।

