
ଟିଟିଲାଗଡ,୩୧/୫(ଜେଏନଏସ),ଟିଟିଲାଗଡ ପ୍ରଜାପିତା ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ସଚେତନା ମୂଳକ କାର୍ଯ୍ୟକ୍ରମ ପାଇଁ ଆୟୋଜକ ଙ୍କ ଉଦ୍ୟମ କୁ ପ୍ରଶଂସା କରିବା ସହ ତମାଖୁ ସେବନ ର କୁ ପ୍ରଭାବ ସମ୍ପର୍କରେ ସଚେତନ କରିଥିଲେ।ତମାଖୁ ସେବନ ମାନବ ଶରୀର ଓ ମନ ଉପରେ ଗୁରୁତର ପ୍ରଭାବ ପକାଇଥାଏ। ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ତମାଖୁ ସେବନ ବର୍ଜନ କରିବାକୁ ଅନୁଷ୍ଠାନ ପକ୍ଷରୁ ସଚେତନ କରାଯାଇଥିଲା। ବ୍ରହ୍ମାକୁମାରୀ ମନୀଷା ଓ ବ୍ରହ୍ମା କୁମାରୀ ଦାମିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଙ୍କ ସହ ବହୁ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।

