
ଟିଟିଲାଗଡ,୩୧/୫(ଜେଏନଏସ),ଟିଟିଲାଗଡ ରେଳ ଷ୍ଟେସନ ରୁ ରବିବାର ସମତା ଟ୍ରେନ ଯୋଗେ ୨୦ କ୍ଵିଣ୍ଟାଲ ଆମ୍ରପାଲି ଆମ୍ବ ନୂଆଦିଲ୍ଲୀ କୁ ରପ୍ତାନି ହୋଇଛି।ଗ୍ରାମ୍ୟ ଶକ୍ତି ପ୍ରକଳ୍ପ ର ସହଯୋଗ ରେ ଜାଡେନ କୃଷକ ଉତ୍ପାଦକ କମ୍ପାନୀ (ଏଫପିଓ) ପକ୍ଷରୁ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଏବଂ ରାୟଗଡ଼ା କାଶୀପୁର ଅଞ୍ଚଳର ୧୨ ଜଣ କ୍ଷୁଦ୍ର ଆମ୍ବ ଚାଷୀ ଙ୍କ ଉତ୍ପାଦିତ ଆମ୍ରପାଲି ଆମ୍ବ ଦିଲ୍ଲୀ ସ୍ଥିତ ମଦର ଡାୟରି କୁ ରପ୍ତାନି କରାଯାଇଛି।ଗ୍ରାମ୍ୟ ଶକ୍ତି ପ୍ରକଳ୍ପ ମାଧ୍ୟମରେ ଚାଷୀ ଙ୍କ ସିଧାସଳଖ ବଜାର ସଂଯୋଗ ଓ ଜୀବିକା ବିକାଶ କୁ ଗୁରୁତ୍ୱ ଦିଆଯାଇଛି।ଏହା ଦ୍ୱାରା ଚାଷୀ ସ୍ଥାନୀୟ ମଧ୍ୟସ୍ଥି ବେପାରି ଙ୍କ ଉପରେ ନିର୍ଭରଶିଳ ନ ହୋଇ ଉଚିତ ମୂଲ୍ୟ ରେ ବିକ୍ରି କରିପାରୁଥିବା ଆଶା ସମ୍ପାଦକ ସଞ୍ଜୀବ ପଟ୍ଟନାୟକ କହିଛନ୍ତି।ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ,ନାବାର୍ଡ ଓ ଆଶା ଅନୁଷ୍ଠାନ ର ମିଳିତ ସହଯୋଗ ରେ ଚଳିତ ବର୍ଷ ୫୦ ଟନ ଆମ୍ବ ରପ୍ତାନି କରାଯିବା କୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

