
ଟିଟିଲାଗଡ,୧/୬(ଜେଏନଏସ),ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଦେଇ ଯାଇଥିବା ଜାତୀୟ ରାଜପଥ ୫୯ ବେଲଗାଁ ଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଓ ଜଣେ ନାବାଳକ ଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।ସୂଚନା ଅନୁଯାୟୀ ଟିଟିଲାଗଡ ସହର ସର୍ଗିଗୁଡା ମଦନ ଜାଲ ଛକ ନିବାସୀ ସୁବୁ କୁମ୍ଭାର(୧୮) ଓ ବେଲଗାଁ ର ସାଗର ନାଗ(୧୭) ନିଜ ସାଙ୍ଗ ମାନଙ୍କ ସହ କ୍ରିକେଟ ଖେଳି ସାରି ସନ୍ଧ୍ୟା ୭ ଘଣ୍ଟା ସମୟରେ ଟିଟିଲାଗଡ ଫେରୁଥିବା ବେଳେ ବେଲଗାଁ ଟିଟିଲାଗଡ ରାସ୍ତାରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧ୍ଧକା ଦେଇ ଘଟଣା ସ୍ଥଳ ରୁ ଫେରାର ହୋଇ ଯାଇଥିଲା।ଘଟଣା ସ୍ଥଳରେ ହିଁ ଉଭୟ ଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଓ ପୁଲିସ କୁ ଖବର ଦେଇଥିଲେ। ପୁଲିସ ଆହତ ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଟିଟିଲାଗଡ ଡାକ୍ତରଖାନା କୁ ପଠାଇବା ସହ ଉଭୟ ମୃତଦେହ ଜବତ କରି ଡାକ୍ତରଖାନା ପରିସରରେ ଥିବା ଶବ ସଂରକ୍ଷିତ ଗୃହ ରେ ରଖିଛି।ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟ ଙ୍କୁ ହସ୍ତାନ୍ତର କରାଯିବା ଏବଂ ଦୁର୍ଘଟଣା ର ତଦନ୍ତ ଜାରି ରହିଥିବା ନେଇ ପୁଲିସ ସୂଚନା ଦେଇଛି।ଟିଟିଲାଗଡ ବିଧାୟକ ନବୀନ ଜୈନ ଖବର ପାଇ ଡାକ୍ତରଖାନା ରେ ପହଞ୍ଚି ଆହତ ଯୁବକ ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ଵନ୍ଧରେ ବୁଝିବା ସହ ମୃତ ଯୁବକ ଙ୍କ ପରିବାର ବର୍ଗ ଙ୍କୁ ସ୍ଵନ୍ତନା ପ୍ରଦାନ କରିଛନ୍ତି।ଘଟଣା କୁ ନେଇ ସ୍ଥାନୀୟ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

