ବ୍ୟବସାୟୀଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ,ବ୍ୟାପକ କ୍ଷୟକ୍ଷତି

ଟିଟିଲାଗଡ,୪/୬(ଜେଏନଏସ), ଟିଟିଲାଗଡ ସହର ର ପଦ୍ମନାଭପୁର ୱାର୍ଡ ନଂ୧୨ ନିବାସୀ ବ୍ୟବସାୟୀ ସ୍ୱର୍ଗତ ଦଶରଥ ସାହୁ ଙ୍କ ପୁତ୍ର ସନ୍ତୋଷ ସାହୁ ଙ୍କ ବାସ ଭବନରେ ନିଆଁ ଲାଗି ଭୟାବହ ଅଗ୍ନିକାଣ୍ଡ ଘଟିଛି।ନିଆଁ ଦ୍ରୁତଗତିରେ ଶ୍ରୀ ସାହୁ ଙ୍କ ଘର ସହ ସଂଲଗ୍ନ ହୋଇ ରହିଥିବା ଗୋଦାମ ଘର କୁ ମଧ୍ୟ ବ୍ୟାପି ଯିବା ଯୋଗୁଁ ଅଣାୟତ୍ତ ସ୍ଥିତି ଉତ୍ପନ୍ନ ହୋଇଥିଲା।ଶ୍ରୀ ସାହୁ ଙ୍କ ରଙ୍ଗ ବ୍ୟବସାୟ ଥିବା ଯୋଗୁଁ ଗୋଦାମ ରେ ଗଚ୍ଛିତ ଥିବା ବିଭିନ୍ନ ରାସାୟନିକ ପଦାର୍ଥ ନିଆଁ କୁ ବ୍ୟାପିବାରେ ସହାୟକ ହୋଇଥିଲା।ଅଗ୍ନିକାଣ୍ଡ ର ସୂଚନା ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳ ରେ ପହଞ୍ଚି ଦୀର୍ଘ ସମୟ ଧରି ଉଦ୍ୟମ କରି ନିଆଁ କୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ।ପ୍ରାଥମିକ ତଦନ୍ତ ଓ ପାରିପାର୍ଶ୍ୱିକ ସ୍ଥିତି ରୁ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡ଼ିଥିବା ବେଳେ ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କା ର କ୍ଷତି ହୋଇଥିବା ଆକଳନ କରାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles