
ଟିଟିଲାଗଡ,୭/୬(ଜେଏନଏସ), ଟିଟିଲାଗଡ କୋଶଲି ଭାଷା ସୁରକ୍ଷା ସମିତି ପକ୍ଷରୁ ସତିଘାଟ ଗ୍ରାମରେ କୋଶଲି ସାହିତ୍ୟ ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ଦିଲୀପ ପଶାୟତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଟିଟିଲାଗଡ ସମ୍ବାଦ ସାହିତ୍ୟ ଘର ସଭାପତି ସଞ୍ଜୟ ଅଗସ୍ତି ମୁଖ୍ୟ ଅତିଥି ଓ ବରିଷ୍ଠ କୋଶଲି କବି ଭିକାରୀ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୋଶଲି ଭାଷା ର ପ୍ରତିଷ୍ଠା ପାଇଁ ଅନୁଷ୍ଠାନ ର ଉଦ୍ୟମ କୁ ପ୍ରଶଂସା କରିଥିଲେ। ଏହି ଅବସରରେ କବି ଜ୍ୟୋତିପ୍ରକାଶ ଗଡତ୍ୟା,ସୁନୀଲ ଅଗସ୍ତି,ପଞ୍ଚାନନ ତାଣ୍ଡି,ଧ୍ରୁବ ହରପାଲ,ଚିତ୍ତରଞ୍ଜନ ଚାନ୍ଦ,ଲକ୍ଷ୍ମୀଧର ବିଭାର ପ୍ରମୁଖ କୋଶଲି କବିତା ପାଠ କରିଥିବା ବେଳେ ନୀଳମଣି ସାହୁ ସମୀକ୍ଷା କରିଥିଲେ।କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ସଭ୍ୟ ସତ୍ୟବ୍ରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

