ଆସନ୍ତା ୧୬ ରେ ଲୋକାର୍ପିତ ହେବ ସରକାରୀ ଡାକ୍ତରଖାନା ,ପ୍ରସ୍ତୁତି ଶେଷ

ଟିଟିଲାଗଡ,୭/୬(ଜେଏନଏସ),ଦୀର୍ଘ ଅପେକ୍ଷାର ଅବସାନ ପରେ ଆସନ୍ତା ୧୬ ତାରିଖରେ ନବ ନିର୍ମିତ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନା ଲୋକାର୍ପିତ ହେବାନେଇ ବିଭାଗୀୟ ସୂଚନା ମିଳିଛି।ଏଥିପାଇଁ ସହର ମଧ୍ୟରେ ଥିବା ଡାକ୍ତରଖାନା ପରିସରରୁ ବିଭିନ୍ନ ବିଭାଗ ନୂତନ କୋଠା କୁ ସ୍ଥାନାନ୍ତର ହୋଇସାରିଥିବା ବେଳେ କିଛି ଯନ୍ତ୍ରପାତି ଓ ଉପକରଣ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଥିବା ଦେଖିବାକୁ ମିଳିଛି।ପୂର୍ବ ସରକାର ଅମଳରେ ୫ ଟି ଅନ୍ତର୍ଗତ ମୋ ହସ୍ପିଟାଲ ରୁପାନ୍ତରିକରଣ ଅଭିଯାନ ଦ୍ଵାରା ସହର ଉପକଣ୍ଠରେ ପିପଲପଦର ଠାରେ ୨୨ କୋଟି ରୁ ଉର୍ଦ୍ଧ ବ୍ୟୟ ଅଟକଳ ରେ ନିର୍ମିତ ନୂତନ ଭବ୍ୟ କୋଠା ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ ହୋଇ ସାରିଥିଲେ ସୁଦ୍ଧା ପ୍ରଶାସନିକ ଓ ରାଜନୀତିକ ଉଦାସୀନତା ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇ ପାରି ନ ଥିଲା। ସହର ମଧ୍ୟରୁ କେବଳ ମାତୃ ଓ ଶିଶୁ ଡାକ୍ତରଖାନା କୁ ଏଠାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର ପ୍ରକ୍ରିୟା ବାରମ୍ବାର ଝୁଣ୍ଟୁ ଥୁବା ଦେଖିବାକୁ ମିଳିଥିଲା।କିଛିଦିନ ପୂର୍ବରୁ ବଲାଙ୍ଗିର ଜିଲ୍ଲାପାଳ ଟିଟିଲାଗଡ ଗସ୍ତରେ ଆସି ନୂତନ କୋଠା ର ସ୍ଥିତି ପରଖିବା ସହ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଡାକ୍ତରଖାନା ସ୍ଥାନାନ୍ତର କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ।ବଲାଙ୍ଗୀର ସିଡିଏମଓ ପୁଷ୍ପାଞ୍ଜଳି ମିଶ୍ର ମଧ୍ୟ ୨୦ ତାରିଖ ସୁଦ୍ଧା ଡାକ୍ତରଖାନା ସ୍ଥାନାନ୍ତର ହେବା କୁ ଚୂଡ଼ାନ୍ତ ହୋଇଥିବା ନେଇ ସୂଚନା ଦେଇଥିଲେ।ଏପରିକି ମୁଖ୍ୟମନ୍ତ୍ରୀ ଙ୍କ ବଲାଙ୍ଗୀର ଗସ୍ତ ସମୟରେ ଡାକ୍ତରଖାନା ଉଦଘାଟିତ ହେବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏହା ବାଦ ପଡ଼ିଥିଲା।ଡାକ୍ତରଖାନା ସ୍ଥାନାନ୍ତର ପାଇଁ ଆବଣ୍ଟନ ଅର୍ଥ ଆସି ନ ଥିବା ଯୋଗୁଁ ଏହା ବିଳମ୍ବ ହେଉଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ।ବର୍ତ୍ତମାନ ଏଥିପାଇଁ ୬ ଲକ୍ଷ ୫୦ ହଜାର ଟଙ୍କା ଆବଣ୍ଟନ ରାଶି ଅନୁମୋଦନ ହୋଇ ଆସି ସାରିଥିବା ବେଳେ ସ୍ଥାନାନ୍ତର ପ୍ରକ୍ରିୟା ରେ ବିଳମ୍ବ ଯୋଗୁଁ ଜିଲ୍ଲାପାଳ ଏସଡିଏମଓ ପ୍ରଦୀପ ନାୟକ ଙ୍କ ଦରମା ବନ୍ଦ ପାଇଁ ବିଭାଗୀୟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ସ୍ଥାନାନ୍ତର ପ୍ରକ୍ରିୟା ତ୍ଵରାନିତ ହୋଇଥିବା ଓ ଆସନ୍ତା ୧୬ ତାରିଖ ଏହା ଲୋକାର୍ପିତ ହେବା କୁ ଚୂଡ଼ାନ୍ତ ହୋଇଥିବା ବିଭାଗୀୟ ସୂଚନା ମିଳିଛି।ଏହି ଡାକ୍ତରଖାନା କୋଠା ପରିସରରେ ସ୍ୱତନ୍ତ୍ର ଓପିଡି, ସିସି ଟିଭି ବ୍ୟବସ୍ଥା, ସ୍ଵଚ୍ଛତା ପରିବେଶ,ଶୌଚାଳୟ, ଅଗ୍ନିଶମ ବ୍ୟବସ୍ଥା, ଔଷଧ ବିତରଣ କେନ୍ଦ୍ର, ଆହାର କେନ୍ଦ୍ର, ପାର୍କିଂ ବ୍ୟବସ୍ଥା, ସୋନ୍ଦର୍ଯ୍ୟକରଣ ସହ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ଉପଲବ୍ଧ ଥିବା ବେଳେ ଏହା ଉନ୍ନତ ରୋଗୀ ସେବା ପାଇଁ ବେଶ୍ ସହାୟକ ହେବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅପରପକ୍ଷରେ ସହର ର ମଧ୍ୟ ଭାଗରେ ଥିବା ଡାକ୍ତରଖାନା କୁ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କରାଯାଇ ଡାକ୍ତରଖାନା ସ୍ଥାନାନ୍ତର କରାଯିବା କୁ ବିଭିନ୍ନ ମହଲରୁ ଦାବୀ ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles