ଦୋକାନ ବନ୍ଦ,ତଥାପି ଟିଟିଲାଗଡ ରେ ମଦ ବିକ୍ରି,ଉତ୍ସକୁ ନେଇ ପ୍ରଶ୍ନ ?

  • ଟିଟିଲାଗଡ,୩/୭(ଜେଏନଏସ), ରାଜ୍ୟରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାଇଁ ବିଭାଗୀୟ ପ୍ରକ୍ରିୟା ସମାପ୍ତ ହୋଇ ନୂତନ ଲାଇସେନ୍ସ ଧାରି ଙ୍କୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଜାରି ହୋଇଛି।ଏହି ପରିପ୍ରେକ୍ଷୀରେ ଚଳିତ ମାସ ୧ ତାରିଖରୁ ସମସ୍ତ ପୁରୁଣା ଠିପି ବନ୍ଦ ମଦ ଦୋକାନ କୁ ଅବକାରୀ ବିଭାଗ ବନ୍ଦ କରିଛି। ନୂତନ ଲାଇସେନ୍ସ ଧାରି ନିର୍ଦ୍ଧିଷ୍ଟ ସ୍ଥାନରେ ଚଳିତ ମାସ ଆରମ୍ଭ ରୁ ଦୋକାନ ଖୋଲିବା ନେଇ ବିଭାଗୀୟ ନିର୍ଦ୍ଦେଶନାମା ରହିଥିବା ବେଳେ ଟିଟିଲାଗଡ ରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି।ଏ ପର୍ଯ୍ୟନ୍ତ ଟିଟିଲାଗଡ ରେ ନୂତନ ଦୋକାନ ଖୋଲାଯାଇ ନ ଥିବା ଏବଂ ପୁରୁଣା ଦୋକାନ ବନ୍ଦ ରହିଥିବା ବେଳେ ଏହା ମଦ କଳାବଜାରୀଙ୍କୁ ବେଶ୍ ସୂହାଇଛି। ସହର ରେ ଠିପି ବନ୍ଦ ବିଦେଶୀ ମଦ ର କଳା କାରବାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।ଏପରିକି ଠିପି ଖୋଲା ଦୋକାନ ଗୁଡିକରେ ମଧ୍ୟ ଏହା ଅନାୟାସରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।ପ୍ରକାଶ ଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲାରେ ୨୧ ଟି ଠିପି ବନ୍ଦ ମଦ ଦୋକାନ ପାଇଁ ୫୩୨ ଟି ଆବେଦନ ହୋଇଥିବା ବେଳେ କେବଳ ଟିଟିଲାଗଡ ସହର ମଧ୍ୟରେ ଥିବା ମଦ ଦୋକାନ(୦୬/୨୦୧୯/୦୦୭୧) ପାଇଁ ସର୍ବାଧିକ ୮୪ ଜଣ ଆବେଦନ କରିଥିଲେ।ଟିଟିଲାଗଡ ସହରର ପ୍ରତିଷ୍ଠିତ ମଦ ବ୍ୟବସାୟୀ ଅଧିକ ଚାହିଦା ଥିବା ଏହି ଦୋକାନ ପାଇଁ ନିଜ କର୍ମଚାରୀ ତଥା ଆତ୍ମୀୟ ଙ୍କ ନାମରେ ୭୦ ଟି ଆବେଦନ ଦାଖଲ କରିଥିବା ବେଳେ ଲଟେରୀ ପ୍ରକ୍ରିୟା ରେ ଏହା ଶୈଳେନ୍ଦ୍ର ସକ୍ସେନା ନାମକ ଜଣେ ବ୍ୟବସାୟୀ ଙ୍କୁ ମିଳିଛି।ତେବେ ତାଙ୍କୁ ଟିଟିଲାଗଡରେ ଦୋକାନ ଖୋଲାଇ ନ ଦେବା ପାଇଁ ବାଧା ସୃଷ୍ଟି କରା ଯାଉଥିବା ଅଭିଯୋଗ ହୋଇଛି।ଏହାକୁ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ମଧ୍ୟ ହୋଇଛି।ଅପର ପକ୍ଷରେ ମଦ କଳାବଜାରୀ ଯୋଗୁଁ ରାଜସ୍ୱ ହାନି ସହ ନକଲି ମଦ କାରବାର ର ଆଶଙ୍କା ଦେଖା ଦେଇଛି।ଏହାକୁ ନେଇ ଟିଟିଲାଗଡ ଅବକାରୀ ଥାନା ଅଧିକାରୀ ସଚିନ ବେହେରା ଙ୍କୁ ପଚରା ଯିବାରୁ ସେ ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ଜଣାଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles